ବିଷମକଟକ ରବିନ୍ଦ୍ର କୁମାର ସାହୁ ;-ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ,ଓଡିଶା ମହୋଦୟ ସ୍ଥାନୀୟ ଶିଳ୍ପ ତାଲିମ ଅନୁଷ୍ଠାନ, ଗଜବାହାଲ, ବିଷମକଟକକୁ ପରିଭ୍ରମଣ କରିଥିଲେ । ମନ୍ତ୍ରୀ ଆଇଟିଆଇର ସମସ୍ତ ବିଭାଗକୁ ପରିଦର୍ଶନ କରିବା ସହ ଏକ ଆକର୍ଷଣୀୟ “ସ୍କ୍ରପ ମ୍ୟୁଜିୟମ “ର ଶୁଭ ଉନ୍ମୋଚନ କରିଥିଲେ। ସମ୍ପୂର୍ଣ ବର୍ଜ୍ୟ ବସ୍ତୁ ଏବଂ ଆଇଟିଆଇର ଛାତ୍ର ଛାତ୍ରୀଙ୍କ ଦ୍ୱାରା ନିର୍ମିତ ଏହି ମ୍ୟୁଜିୟମକୁ ମନ୍ତ୍ରୀ ମହୋଦୟ ଉନ୍ମୋଚନ କରିବା ସହ ଛାତ୍ର ଛାତ୍ରୀ ଏବଂ ପ୍ରଶିକ୍ଷକ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେ। ଆଇଟିଆଇର ପରିଛନତା ଏବଂ ସୌନ୍ଦଯ୍ୟରେ ମନ୍ତ୍ରୀ ବିମୋହିତ ହେଇଥିଲେ।
ଆଇଟିଆଇର ଛାତ୍ର ଛାତ୍ରୀ, ପ୍ରଶିକ୍ଷକ ଗଣ ଏବଂ ଅଧକ୍ଷ ଖେଲାରାମ ହେମ୍ବ୍ରମଙ୍କ ସହ ଏକ ବୈଠକରେ ଯୋଗଦାନ କରି ଆଇଟିଆଇର ସମସ୍ତ ଭଲମନ୍ଦ ପଚାରି ବୁଝିଥିଲେ । ଅତି ନିକଟରେ ଭାରତ ସରକାର ଙ୍କ ଦ୍ୱାରା ପ୍ରକାଶିତ ହେଇଥିବା ରେଟିଙ୍ଗ ତାଲିକାରୁ ଓଡିଶାରେ ଥିବା ସମସ୍ତ ୭୫ଟି ସରକାରୀ ଆଇଟିଆଇ ମଧ୍ୟରୁ ସ୍ଥାନୀୟ ଗଜବାହାଲ ବିଷମକଟକ ଆଇଟିଆଇ ୮.୯ ପଏଣ୍ଟ ସହ ପ୍ରଥମ ଦଶ ଗୋଟି ସ୍ଥାନ ମଧ୍ୟରୁ ଦଶମ ସ୍ଥାନ ଥିବା ଜାଣି ସମସ୍ତଙ୍କୁ ଅଭିବାଦନ ଜଣାଇବା ସହ ଅଧକ୍ଷ , ତାଲିମ ଅଧିକାରୀ ଏବଂ ପ୍ରଶିକ୍ଷକ ମାନଙ୍କୁ ଭୁୟସୀ ପ୍ରଶଂସା କରିଥିଲେl
ଏହି ଗସ୍ତ ସମୟରେ ସ୍ଥାନୀୟ ବିଧାୟକ ନୀଳ ମାଧବ ହିକୋକ। ରାୟଗଡ଼l ଉପଜିଲ୍ଲାପlଳ , କଲ୍ୟାଣୀ ସଂଘ ମିତ୍ରl ଦେବୀ, ଜିଲ୍ଲା ନିଯୁକ୍ତ ଅଧିକାରୀ ସପ୍ତମୋନୀ ମହାପାତ୍ର, କେ.ଭେଙ୍କେଟ ସ୍ୱର୍ ରେଡ୍ଡୀ, ପ୍ରମୁଖ ଉପସ୍ଥିତ ଥିଲେ ।