ବିଶ୍ୱବିଦ୍ୟାଳୟ ସହବନ୍ଧନ କମିଟିର ପରିଦର୍ଶନ

0

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ବୀରମହାରାଜପୁର  ବ୍ଲକ ର ସୂବଳୟା ସ୍ଥିତ ଆଞ୍ଚଳିକ ଡିଗ୍ରୀ ମହାବିଦ୍ୟାଳୟକୁ ବଳାଙ୍ଗିର ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ସହବନ୍ଧନ କମିଟି ପ୍ରତିନିଧି ମଣ୍ଡଳୀ ପରିଦର୍ଶନ କରିଛନ୍ତି । ପରିଦର୍ଶନ ସମୟରେ ମହାବିଦ୍ୟାଳୟ କାଗଜପତ୍ର ଓ ଭିତ୍ତିଭୂମି ଯାଞ୍ଚ କରିଥିଲେ।  ପ୍ରତିନିଧି ମଣ୍ଡଳୀରେ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ସିଡି ସି ନିର୍ଦେଶକ ପ୍ରଫେସର ବିଗ୍ନେଶ ପ୍ରସାଦ ମିଶ୍ର, ଉପନିର୍ଦେଶକ ଡ଼ .ଜିତେନ୍ଦ୍ର ପ୍ରଧାନ ଓ ସେକ୍ସନ ଅଫିସର ସାମିଲ ହୋଇଥିଲେ ।  ମହାବିଦ୍ୟାଳୟ ଅଧ୍ଯକ୍ଷ ବଳଦେବ ପୂଜାହାରୀ ଓ  କର୍ମଚାରି ଭୀଘ୍ର ତିନି ମଣ୍ଡଳୀକୁ ସହଯୋଗ କରିଥିଲୋ।