ଚିତ୍ରକୋଣ୍ଡା ପଂଚାୟତରେ ବଣ୍ଟା ଗଲା ଭିଟାମିନ ଯୁକ୍ତ ଚାଉଳ

0

ସୂର୍ଯ୍ୟକାନ୍ତ ବେହେରା ,ମାଲକାନଗିରି : ଅପପୃଷ୍ଟି ଓ ରକ୍ତ ହୀନତା ଦୂର କରିବା ପାଇଁ ନୀତି ଆୟୋଗ ପକ୍ଷରୁ ପୃଷ୍ଟିକର ଚାଉଳ ଯୋଗାଇ ଦିଆଯାଉଥିବା ବେଳେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ସ୍ଥାନୀୟ ଚିତ୍ରକୋଣ୍ଡା ପଂଚାୟତରେ ହିତାଧିକାରୀଙ୍କୁ ଦିଆଗଲା ଭିଟାମିନ ଯୁକ୍ତ ଚାଉଳ। ରାଜ୍ୟରେ ଗୋଟିଏ ଦେଶ ଗୋଟିଏ ରାସନ ଯୋଜନା ଆରମ୍ଭ କରାଯାଇଛି । ଏହି ଯୋଜନା ରେ ମାଲକାନଗିରି ଜିଲ୍ଲା ର ୧ ଲକ୍ଷ ୫୭ ହଜାର ୧୩୩ ପରିବାର ର ୫ ଲକ୍ଷ ୪୧ ହଜାର ୫୦୧ ହିତାଧିକାରୀ ଉପକୃତ ହେବେ । ଜିଲ୍ଲା ରେ ଥିବା ୧୧୫ ଟି ସୁଲଭ ମୂଲ୍ୟ ଦୋକାନରେ ଏହି ଭିଟାମିନ ଯୁକ୍ତ ଚାଉଳ ପ୍ରଦାନ କରାଯିବାର ବ୍ୟବସ୍ଥା କରାଯାଇଛି।
ଏହି କ୍ରମରେ ଚିତ୍ରକୋଣ୍ଡା ପଂଚାୟତରେ ଥିବା ସୁଲଭ ମୂଲ୍ୟ ଦୋକାନ ରେ କୋରନା କଟକଣା ମାନି ହିତାଧିକାରୀଙ୍କୁ ୫ କେ ଜି ଲେଖା ଭିଟାମିନ ଯୁକ୍ତ ଚାଉଳ ବଣ୍ଟନ ପ୍ରକିୟା ଆରମ୍ଭ କରାଯାଇଥିଲା । ଏହି ଭିଟାମିନ ଯୁକ୍ତ ଚାଉଳ ରେ ଆଇରନ, ଭିଟାମିନ ବି -୧୨,ଫଲିକ ଏସିଡ ଭଳି କିଛି ଉପାଦାନ ମିଶ୍ରଣ ହୋଇ ରହିଥାଏ ଯାହା ଫଳରେ ଅପପୃଷ୍ଟି ସମସ୍ୟାର ସମାଧାନ ହୋଇ ପାରି ଥାଏ । ଚିତ୍ରକୋଣ୍ଡା ପଂଚାୟତ ର ସମୁଦାୟ ୧୬୮୪ ଜଣ ହିତାଧିକାରୀ ଙ୍କୁ ଏହି ଯୋଜନାରେ ଭିଟାମିନ ଯୁକ୍ତ ଚାଉଳ ଦେବାକୁ ଚିତ୍ରକୋଣ୍ଡା ପିଇଓ ବାଳକୃଷ୍ଣ ଦେହୁରୀ ଓ ଯୋଗାଣ ସହାୟକ ତୁଷାର କାନ୍ତ ରାଉତ ସୂଚନା ଦେଇଛନ୍ତି କ୍ଷ ସେଇଭଳି ଭାବେ ଆଜି ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ରାଲେଗଡା଼ ପଞ୍ଚାୟତ ପିଇଓ ବାଳକୃଷ୍ଣ ଦେହୁରୀ ଓ ଯୋଗାଣ ସହାୟକ ବିଶ୍ୱନାଥ ଖିଲ ଙ୍କ ଉପସ୍ଥିତ ରେ ପୃଷ୍ଟି ଯୁକ୍ତ ଖାଦ୍ୟ ଯୋଗାଇ ଦିଆଯାଇଛି ।