ବିଜେଡ଼ିରେ ଯୋଗଦେଲେ ଭିକେ ପାଣ୍ଡିଆନ୍; ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ

0

ଭୁବନେଶ୍ୱର;ରାଜ୍ୟ ରାଜନୀତିରେ ନୂଆ ଫର୍ଦ୍ଦ,ଅପେକ୍ଷାର ଘଟିଲା ଅନ୍ତ । ଆଲୋଚନାର ପଡିଲା ପୂର୍ଣ୍ଣଚ୍ଛେଦ । ବିଦ୍ଧିବଦ୍ଧ ଭାବେ ବିଜେଡିରେ ମିଶିଲେ ଭିକେ.ପାଣ୍ଡିଆନ୍ । ନିକଟରେ ପ୍ରଶାସନିକ ପଦରୁ ଇସ୍ତଫା ଦେଇଥିଲେ ଭିକେ ପାଣ୍ଡିଆନ ।

ଇସ୍ତଫା ପରେ ତାଙ୍କୁ କ୍ୟାବିନେଟ ପାହ୍ୟା ସହିତ ତାଙ୍କୁ ନବୀନ ଓଡିଶା ଏବଂ ଫାଇଭ୍ ଟି ଅଧ୍ୟକ୍ଷ ଭାବେ ଦାୟିତ୍ୱ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।ରାଜ୍ୟର ପାଖାପାଖି ସବୁ ଜିଲ୍ଲା ବୁଲି ଲୋକଙ୍କର ଦାବୀ ଓ ସମସ୍ୟା ଶୁଣିଥିଲେ ପାଣ୍ଡିଆନ୍ । ତେବେ ବିଜେଡିରେ ସକ୍ରିୟ ରାଜନୀତି ସହ ପାଣ୍ଡିଆନଙ୍କ ଯୋଗଦାନ ଦଳକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଲୋଚନା ହେଉଛି ।