ଭୁବନେଶ୍ୱର: ଲୋକପ୍ରିୟ କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ଗୁରୁତର ଅସୁସ୍ଥ । ଓଡିଶାର ଘରେ ଘରେ ପରିଚିତ ଭଜନ ଗାଇକା କଣ୍ଠଶିଳ୍ପୀ ଶାନ୍ତିଲତା ବାରିକ ଛୋଟରାୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର । ସେ ଭୁବନେଶ୍ୱର ସ୍ଥିତ ଏକ ଘରୋଇ ହସ୍ପଟାଲରେ ଚିକିତ୍ସିତ ହେଉଥିବା କହିଛନ୍ତି ପରିବାର ଲୋକେ । ସେ ଅନେକ ଭଜନ ଗାଇ ଲୋକମାନଙ୍କର ପ୍ରିୟ ହୋଇପାରିଛନ୍ତି । କାଳିଆ ମୋ ହୃଦୟ ହାର, ମିଛ ମାୟାକୁ ବାନ୍ଧିଛୁ ଶୂନ୍ୟ ଭେଳା, ଏମିତିକା ଦିଅଁ କାହିଁ କେଉଁଠି, ଅଧାଗଢା ହାତ ମୋର କେଡେ ସୁନ୍ଦର ଆଦି ଭଜନ ଗାଇ ସେ ଦର୍ଶକଙ୍କ ମନ ବେଶ୍ ଜିଣିପାରିଛନ୍ତି । ତାଙ୍କ ଭଜନ ଯେକେହି ଶୁଣିଲେ ଭାବ ବିହୋଳ ହୋଇଯାଇଥାଏ ।