୭୮ ବର୍ଷ ବୟସରେ ଆଖିବୁଜିଲେ କଣ୍ଠଶିଳ୍ପୀ ବାଣୀ ଜୟରାମ

0

ଭୁବନେଶ୍ୱର : ଆରପାରିରେ ପ୍ରଖ୍ୟାତ କଣ୍ଠଶିଳ୍ପୀ ବାଣୀ ଜୟରାମ । ତାଙ୍କର ୭୮ ବର୍ଷ ବୟସରେ ସେ ପ୍ରାଣତ୍ୟଗ କରିଛନ୍ତି । ଚେନ୍ନାଇସ୍ଥିତ ବାସଭବନରେ ତାଙ୍କର ପରଲୋକ ଘଟିଛି । ଭାରତୀୟ ସିନେମା ସଂଗୀତ ଜଗତରେ ୫ ଦଶନ୍ଧି ଧରି ପ୍ରାଧାନ୍ୟ ବିସ୍ତାର କରିଛନ୍ତି ବାଣୀ ଜୟରାମ । ତାଙ୍କ ବିୟୋଗରେ ସବୁଆଡେ ଶୋକର ଛାୟା ଖେଳିଯାଇଛି । କେବଳ ହିନ୍ଦୀ ସିନେମା ନୁହେଁ ଓଡିଆ ସମେତ ବିଭିନ୍ନ ଭାଷାରେ ସଂଗୀତ ପରିବେଷଣ କରି ସେ କୋଟି କୋଟି ଭାରତୀୟଙ୍କ ପ୍ରିୟପାତ୍ରୀ ହୋଇଥିଲେ । ପ୍ରାୟ ୧ ହଜାର ମୁଭି ଲାଗି ସେ ୧୦ ହଜାରରୁ ଅଧିକ ଗୀତ ଗାଇ ଖ୍ୟାତି ଅର୍ଜନ କରିଥିଲେ । ପ୍ରଖ୍ୟାତ କଣ୍ଠଶିଳ୍ପୀ ପଦ୍ମ ଭୂଷଣ ବାଣୀ ଜୟରାମ ଇହଲୀଳା ସମ୍ବରଣ କରିଛନ୍ତି । ଓଡ଼ିଆ, ତେଲୁଗୁ, ତାମିଲ ଏବଂ ହିନ୍ଦୀ ଆଦି ୧୮ଟି ଭାଷାରେ ହଜାର ହଜାର ସଙ୍ଗୀତରେ କଣ୍ଠଦାନ କରି ନିଜ ପାଇଁ ସୃଷ୍ଟି କରିଥିଲେ ଏକ ସ୍ବତନ୍ତ୍ର ସ୍ଥାନ । ୧୯୭୧ମସିହାରେ, ବାଣୀ ଜୟରାମଙ୍କୁ ‘ଗୁଡ୍ଡି’ ଚଳଚ୍ଚିତ୍ରରେ କଣ୍ଠଦାନ କରିବାର ପ୍ରଥମ ସୁଯୋଗ ମିଳିଥିଲା । ଏହି ଚଳଚ୍ଚିତ୍ରର ଗୀତ ‘ବୋଲେରେ ପପିହରା’ ଖୁବ ଲୋକପ୍ରିୟ ହୋଇଥିଲା ।