ଯାନବାହାନରେ ଯାତାୟତ କଳାବେଳେ ବାନ୍ତି ହେଉଛି କି ???

0

(ସୌମ୍ୟ ରଂଜନ ସେଠି ) : ଯାନବାହାନରେ ଯାତାୟତ କଲାବେଳେ ଅନେକ ଲୋକ ବାନ୍ତି ଜନିତ ସମ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏହି କାରଣରୁ ଅନେକ ସମୟରେ ଲୋକେ ବସ୍‍, କାର ଭଳି ଗାଡ଼ିରେ ଯାତ୍ରା କରିବାକୁ ଡ଼ରିଥାନ୍ତି । ତେବେ ଏଭଳି ସମସ୍ୟାର ନିରାକରଣ ପାଇଁ ସହଜ ଉପାୟ ସବୁ ରହିଛି । ମାତ୍ର କେତୋଟି ଦିଗ ପ୍ରତି ଦୃଷ୍ଟିଦେଲେ ଏଥିରୁ ରକ୍ଷା ମିଳିପାରିବ। ତାହାଲେ ଆସନ୍ତୁ ଯାଣିବା ଯାତ୍ରା କଲାବେଳେ କିପରି ବାନ୍ତିରୁ ରକ୍ଷାପାଇବା ।

ଯାତ୍ରାକରିବା ପୂର୍ବରୁ ଖାଲିପେଟରେ ବେଲପତ୍ର ରସ ଦୁଇ ଚାମଚ, ମିଶ୍ରି ପାଣି ଓ ଗୋଟିଏ କପ ଲେମ୍ବୁ ରସ ପିଅନ୍ତୁ। ଦେଖିବେ ଆଉ ବାନ୍ତି ଲାଗିବନି।
ଯଦି ଆପଣଙ୍କୁ ଯାତ୍ରା କରିବା ସମୟରେ ବାନ୍ତି ଲାଗୁଥିଲେ ଅଳେଇଚ ମଞ୍ଜି ଚୋବାଇ ଖାଆନ୍ତୁ; ଦେଖିବେ ସଙ୍ଗେ ସଙ୍ଗେ ବାନ୍ତି ବନ୍ଦ ହୋଇଯିବ ।
ଯଦି ସେଭଳି କିଛି ପଦାର୍ଥ ପାଖରେ ନାହିଁ ତାହାଲେ ଦୁଈ ହାତର ପାପୁଲି କୁ ଘର୍ଷଣ କରି ଶୁଙ୍ଘିବାକୁ ଚେଷ୍ଟା କରନ୍ତୁ ଦେଖିବେ ବାନ୍ତି ସାଙ୍ଗେ ସାଙ୍ଗେ ବନ୍ଦ ହୋଇଯିବ ।
ବେଳେ ବେଳେ କାର ଭିତରେ ସବୁ ଡୋର  ବନ୍ଦ ହୋଇଯାଏ , ସେ ସମୟରେ ବାନ୍ତି ଲାଗିବାଆରମ୍ଭ ହୋଇଯାଏ ତେଣୁ କାରର ଡୋରକୁ ଖୋଲା କରି ଦିଅନ୍ତୁ ।