ମତଦାନରେ ଭାଗ ନ ଦେଲେ ଦେବାକୁ ପଡ଼େ ଜୋରିମାନା

0

(ରିିପୋର୍ଟସ ଟୁଡ଼େ / ଶୁଭସ୍ମିତା ଦାଶ ) : ବିଶ୍ୱର ପାଖାପାଖି ୨୨ଟି ଦେଶରେ ମତଦାନରେ ଭାଗ ନ ନେଲେ ଜରିମାନା ଦେବାକୁ ପଡିଥାଏ। ଅଷ୍ଟ୍ରେଲିଆରେ ବିନା କାରଣରେ ଯଦି କେହି ମତଦାନ କରୁ ନାହାଁନ୍ତି ତେବେ ତାଙ୍କୁ ପ୍ରାୟ ୨୦ଅଷ୍ଟ୍ରେଲିଆ ଡଲାର ବା ୧ହଜାର ଟଙ୍କା ଜରିମାନା ଦେବାକୁ ପଡିଥାଏ। ଆଉ ଏହି ଜରିମାନା ନ ଦେଲେ ଏହା ଉପରେ ଆହୁରି ଜରିମାନା ଲାଗିଥାଏ। ସେହିପରି ଆମେରିକାରରେ କେବଳ ମଙ୍ଗଳବାର ଭୋଟ ଗ୍ରହଣ ହୋଇଥାଏ। କାରଣ ଅନ୍ୟଦିନେ ଭୋଟ ଗ୍ରହଣ କରାଗଲେ କୃଷକମାନଙ୍କ ବଜାର କାରବାର ଉପରେ ପ୍ରଭାବ ପଡିବ। ସେମିତି କାନାଡାରେ ସୋମବାର ଓ ବ୍ରିଟେନରେ ଗୁରୁବାର ଭୋଟ ଗ୍ରହଣ କରାଯାଏ। ବ୍ରିଟେନରେ ଗୁରୁବାର ସାପ୍ତାହିକ ବଜାରକୁ ଦୃଷ୍ଟିରେ ରଖି ଏଭଳି କରାଯାଏ ବୋଲି କୁହାଯାଏ।
ବ୍ରାଜିଲ, ଅଷ୍ଟ୍ରିୟା, ନିକାରଗୁଆ, ଆର୍ଜେଣ୍ଟିନା ଭଳି ଦେଶ ୧୬ ବର୍ଷ ବୟସର ନାଗରିକଙ୍କୁ ଭୋଟ ଦାନର ଅଧିକାର ଦେଇଥାଏ। ହେଲେ ଇଣ୍ଡୋନେସିଆ ଓ ସୁଦାନରେ ଏହା ୧୭ ବର୍ଷ ରଖାଯାଇଛି। ରୁଷର ପଡୋଶୀ ଦେଶ ଏଷ୍ଟୋନିଆରେ ୨୦୦୫ରୁ ଅନ୍‌ ଲାଇନ୍‌ ମତଦାନ କରାଯାଉଛି। ଏଠାରେ ଇ-ସାଇନ୍‌ ସହ ଡିଜିଟାଲ ଭୋଟର ଆଇଡି ପ୍ରଚଳିତ ହୋଇଥାଏ।