ସୋନପୁର ଓ ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳି ପାଇଁ ପ୍ରକାଶ ପାଇଲା ଭୋଟର ତାଲିକା

0

(ଓମପ୍ରକାଶ ମିଶ୍ର/ସୋନପୁର): ସୁବର୍ଣ୍ଣପୁର ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସମସ୍ତ ରାଜନୈତିକ ଦଳ ପ୍ରତିନିଧିଙ୍କୁ ସୋନପୁର ଓ ବୀରମହାରାଜପୁର ନିର୍ବାଚନ ମଣ୍ଡଳିର ଚୂଡାନ୍ତ ଭୋଟର ତାଲିକା ପ୍ରଦାନ କରିଛନ୍ତି । ୨୦୨୧ ଜାନୁଆରୀ ପହିଲା ସୁଦ୍ଧା ଚୂଡାନ୍ତ ହୋଇଥିବା ସମସ୍ତ ଭୋଟରଙ୍କ ତାଲିକା ନିର୍ବାଚନ ଅଧିକାରୀ ପ୍ରଦାନ କରିଛନ୍ତି । ଜାନୂଆରୀ ୧୫ ତାରିଖରେ ଜିଲ୍ଲା ନିର୍ବାଚନ ଅଧିକାରୀ ମୋନୀଷକ୍ଷ ବାନାର୍ଜୀ ୬୫-ସୋନପୁର ଓ ୬୪-ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ଚଳିତ ବର୍ଷର ସ୍ୱତନ୍ତ୍ର ଭୋଟର ତାଲିକା ସଂଶୋଧନର ପ୍ରକାଶିତ ଚୂଡାନ୍ତ ଯୋଗ୍ୟ ଭୋଟର ତାଲିକାକୁ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କୁ ହସ୍ତାନ୍ତର କରିଛନ୍ତି କ୍ଷ ତେବେ ଚଳିତ ସ୍ୱତନ୍ତ୍ର ଭୋଟର ତାଲିକାରେ ନୂତନ ଯୋଗ୍ୟ ଭୋଟର ନିମନ୍ତେ ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ୬୧୮୬ ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୭୧୪୬ ଜଣ ଯୋଗ୍ୟ ଭୋଟର ତାଲିକା ଭୁକ୍ତ ହୋଇଛନ୍ତି । ସେହିପରି ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪୫୧୫ ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୪୪୧୮ ଜଣ ଭୋଟର ତାଲିକାରୁ ବାଦ ପଡିଛନ୍ତି କ୍ଷ ସଦ୍ୟ ପ୍ରକାଶିତ ଭୋଟର ତାଲିକା ଅନୁଯାୟୀ ଜିଲ୍ଲାରେ ସର୍ବମୋଟ ୪,୬୧,୮୧୬ ଜଣ ଭୋଟର ରହିଛନ୍ତି । ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୧୦,୧୬୫ ଜଣ ଓ ସୋନପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ୨,୫୧,୬୫୧ ଜଣ ଭୋଟର ରହିଛନ୍ତି କ୍ଷ