ରାଇରଙ୍ଗପୁର: ଆଜି ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପରିସରରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ -୨୦୨୫ ଅଭିଯାନ କ୍ରମରେ ଭୋଟର ମାନଙ୍କ ପାଇଁ ଏକ ଭୋଟର ସହାୟତା କେନ୍ଦ୍ରକୁ ଜିଲ୍ଲକ୍ଷପାଳ ଶ୍ରୀଯୁକ୍ତ ହେମକାନ୍ତ ସଏ ଫିତା କାଟି ଶୁଭ ଉଦଘାଟନ କରିଥିଲେ ।
ଉକ୍ତ କେନ୍ଦ୍ରକୁ ଉଦଘାଟନ କରି ଜିଲ୍ଲାପାଳ କହିଥିଲେ ଯେ ଉକ୍ତ ସହାୟତା କେନ୍ଦ୍ର ଚଳିତ ନଭେମ୍ବର ମାସ ୨୮ ତାରିଖ ପର୍ୟ୍ୟନ୍ତ ଜନସାଧାରଣ ତଥା ଭୋଟର ମାନଙ୍କ ନିମନ୍ତେ କାର୍ଯ୍ୟ କରିବ । ଏହି ସହାୟତା କେନ୍ଦ୍ର ମାଧ୍ୟମରେ ଭବିଷ୍ୟତରେ ଯୋଗ୍ୟ ବିବେଚିତ ହେବାକୁ ଯାଉଥିବା ନୂତନ ଭୋଟରମାନେ ସେମାନଙ୍କ ନାମ ଭୋଟର ତାଲିକାରେ ପଞ୍ଜିକରଣ କରିପାରିବେ । ତତସହିତ ପୂର୍ବରୁ ପଞ୍ଜିକୃତ ହୋଇଥିବା ଭୋଟର ମାନେ ମଧ୍ୟ ଭୋଟର ତାଲିକାରେ ସେମାନଙ୍କର ରହିଥିବା ବିଭିନ୍ନ ବ୍ୟକ୍ତିଗତ ତଥ୍ୟର ତ୍ରୁଟି ଗୁଡିକୁ ସଂଶୋଧନ କରାଇ ପାରିବେ। ଯଦ୍ୱାରା ଆଗାମୀ ସମୟରେ ପ୍ରକାଶନ ହେବାକୁ ଥିବା ଭୋଟର ତାଲିକାରେ ସମସ୍ତ ଯୋଗ୍ୟ ଭୋଟର ପଞ୍ଜିକୃତ ହେବା ସହ ଏକ ତ୍ରୁଟି ଶୁନ୍ୟ ଭୋଟର ତାଲିକା ପ୍ରସ୍ତୁତ ହୋଇପାରିବ।ତେଣୁ ଏକ ସୁଦୃଢ ଗଣତନ୍ତ୍ର ପ୍ରତିଷ୍ଠା ଉଦେଶ୍ୟରେ ମତଦାନ ପ୍ରକ୍ରିୟାରେ ସମସ୍ତ ଯୋଗ୍ୟ ବିବେଚିତ ଭୋଟର ସେମାନଙ୍କ ମତଦାନ ଅଧିକାରକୁ ସାବ୍ୟସ୍ତ କରିବା ଲକ୍ଷ୍ୟ ନେଇ ଆଗାମୀ ସମୟରେ ଦେଶରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ମହାପର୍ବରେ ସାମିଲ ହେବା ପାଇଁ ଜନସାଧାରଣ ତଥା ପ୍ରତ୍ୟେକ ଯୋଗ୍ୟ ମତଦାତା ଏହି ସହାୟତା କେନ୍ଦ୍ରର ସୁଯୋଗ ନେବାପାଇଁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ ।
ଅନୁଷ୍ଠିତ ଉକ୍ତ କାର୍ୟ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ରାଇରଙ୍ଗପୁର ଉପଜିଲ୍ଲାପାଳ ଶ୍ରୀ ସୌମ୍ୟରଞ୍ଜନ ପ୍ରଧାନ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀ ବରୁଣ ଗୁଣ୍ଟୁପଲ୍ଲୀ,ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦୌଲତ ଚନ୍ଦ୍ରକାର ପ୍ରମୁଖଙ୍କ ସମେତ ବିଭିନ୍ନ ବିଭାଗୀୟ ପଦାଧିକାରୀ ଉପସ୍ଥିତ ଥିଲେ ।