ଭୁବନେଶ୍ୱର:ସୁଶାନ୍ତ ସିଂଙ୍କୁ ଝାରସୁଗୁଡା ଉପନିର୍ବାଚନ ପାଇଁ ବିଜେଡ଼ି ପର୍ଯ୍ୟବେକ୍ଷକ ତାଲିକାରୁ ବାଦ ଦେବା ପ୍ରସଙ୍ଗରେ ବିଜେଡ଼ି ସାଂସଦ ମହେଶ ସାହୁଙ୍କ ପ୍ରତିକ୍ରିୟା । ଦଳ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେଉଁ ଦୃଷ୍ଟିରୁ ଏବଂ କେଉଁ କାରଣ ପାଇଁ ଏଭଳି ନିଷ୍ପତି ନେଇଛନ୍ତି ସେ ହିଁ କହିପାରିବେ । କିଏ କଣ କହୁଛି ତାକୁ ନେଇ କିଛି କହି ହେବ ନାହିଁ । ନବ ଦାସ ହତ୍ୟାକୁ ନେଇ ତଦନ୍ତ ଚାଲିଛି । ବିରୋଧୀ ଦଳ କଣ କହୁନାହାନ୍ତି କି । ବିରୋଧୀ ଦଳ ବହୁତ କଥା କହୁଛନ୍ତି । ଏମିତି କଣ ମାନେ ଅଛି କି, ଯେ ଜଣେ ଆକ୍ଟିଭ ଲୋକଙ୍କୁ ସବୁବେଳେ ସବୁ ଜାଗାରେ ଦାୟୀତ୍ୱ ଦିଆଯାଇ ପଠା ହେବ । ସେ ଅଞ୍ଚଳରେ ଆମର ଆହୁରି ଆକ୍ଟିଭ ଲୋକ ଅଛନ୍ତି । ଏହା ଦଳର ନିଷ୍ପତି ହୋଇଥିବ । ଦଳର ନିଷ୍ପତି ଯାହା କାର୍ଯ୍ୟକର୍ତ୍ତା ତାକୁ ଗ୍ରହଣ କରେ । ସୁଶାନ୍ତ ସିଂଙ୍କର ତ ପ୍ରତିକ୍ରିୟା ନାହିଁ । ବିରୋଧୀ ଦଳ କଣ ପ୍ରତିକ୍ରିୟା ଦେଲେ, ତାଙ୍କ କଥାରେ ନାଚିବୁ କି । ବିରୋଧୀ ଦଳ କଣ ଜଜ୍ ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଭୋଟର ହେଉଛନ୍ତି ଆମ ଭଗବାନ । ସେମାନଙ୍କ ସେବା କର । ସେବା କଣ ଭୁବନେଶ୍ୱରରେ ରହି କରିହେବ ? ଜନସମ୍ପର୍କ, ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ ଜରିଆରେ ଲୋକଙ୍କ ସହିତ ମିଶିବାକୁ କୁହାଯାଇଛି । ସବୁ ମାଧ୍ୟମରେ ଲୋକଙ୍କ ସହିତ ମିଶି ପାରିଲେ, କାର୍ଯ୍ୟକ୍ରମ ସୁରୁଖୁରୁରେ ହୋଇପାରିବ । ଲୋକଙ୍କ ହୃଦୟକୁ ଜୟ କରିପାରିବ । ଯାହା କରୁଛ, କହିବ । ଯାହା ଲୋକ କହୁଛନ୍ତି, ଶୁଣିବ । ଯାହା ତୁମ ଦ୍ୱାରା ସମ୍ଭବ ସମାଧାନ କରିବ । ବାକି କଥା ଆମକୁ କହିବ ।
ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଦଳ କଥା କହିପାରିବେ । ବିଜୁ ଜନତା ଦଳର ପ୍ରସ୍ତୁତି ଜାରୀ ରହିଛି । ଧର୍ମେନ୍ଦ୍ର ଜଣେ ବ୍ୟକ୍ତି । ମୁଁ ବି ଜଣେ ବ୍ୟକ୍ତି । ତେଣୁ ତାଙ୍କୁ କାଉଣ୍ଟର କରିବାରେ କଣ ଅସୁବିଧା ଅଛି । 12 ବର୍ଷର ଯୁବକ ବାଜି ରାଉତ କେତେ ବଡ଼ ଶକ୍ତିକୁ ଅଟକେଇ ଦେଲା । ମୁଁ ଜଣେ 672 ବର୍ଷର ଲୋକ ଧମକେଇ ପରିବିନି । ଯିଏ ହେଉ ଧମକେଇବାରେ କଣ ଅସୁବିଧା ହେଉଛି । ଗଣତନ୍ତ୍ରରେ ଲଢେଇ ହେବ ସେଥିରେ ବ୍ୟସ୍ତତା କଣ ଅଛି । ତାଙ୍କ ସହିତ ମୁଁ ଅନେକ ଥର ଲଢେଇ କରିଛି । ନୂଆ କଥା କିଛି ନାହିଁ ଗୋଟେ । 2009 ଲଢ଼େଇ କରି ତାଙ୍କୁ ପରାସ୍ତ କରାଯାଇଥିଲା । ବିଜୁ ଜନତା ଦଳ ସବୁବେଳେ ପ୍ରସ୍ତୁତ ଅଛି । ଗଣତନ୍ତ୍ରରେ ଯେତେବେଳେ ଯାହା ପ୍ରସ୍ତୁତ ହେବାକୁ ପଡିବ, ହେବୁ । ବିଜେଡି ସବୁ ମୁହୂର୍ତ୍ତରେ ପ୍ରସ୍ତୁତ ଅଛି । ଯେତେବେଳେ ଯିଏ ଆସିବ, ତାହା ସହିତ ଲଢେଇ କରିବୁ କହିଛନ୍ତି ବିଜେଡ଼ି ସାଂସଦ ମହେଶ ସାହୁ।