ଦଶର ୭ଟି ପ୍ରର୍ଯ୍ୟାୟରେ ହୋଇଥିବା ସାଧାରଣ ନିର୍ବାଚନରେ ଭୋଟିଂର ହେଉଛି ଗଣତି

0

ଭୁବନେଶ୍ୱର: ଚାଲିଛି ଭୋଟ ଗଣତି । ଦେଶର ୭ଟି ପ୍ରର୍ଯ୍ୟାୟରେ ହୋଇଥିବା ସାଧାରଣ  ନିର୍ବାଚନରେ ଭୋଟିଂର ହେଉଛି ଗଣତି । ଓଡିଶାରେ ୧୪୭ ବିଧାନସଭା ଓ ୨୧ ଲୋକସଭାର  ଚାଲିଛି ଭୋଟ ଗଣତି ।  ସକାଳ ୮ ଟାରୁ ବ୍ୟାଲେଟ ପେପର ଗଣତି ଆରମ୍ଭ ହୋଇଥିବା ବେଳେ ୮.୩୦ ରୁ ଆରମ୍ବ ହୋଇଛି  EVM ପାଇଁ ଗଣତି  । ୭୦ ଟି ଭୋଟ ଗଣତି କେନ୍ଦ୍ର ରେ ଚାଲିଛି ଭୋଟ ଗଣତି  । ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ ତ୍ରିସ୍ତରୀୟ ସୁରକ୍ଷା ବଳୟ ଭିତରେ ରହିଛି ପ୍ରତିଟି ଭୋଟ ଗଣତି  କେନ୍ଦ୍ର ।

ପ୍ରାରମ୍ଭିକ ଟ୍ରେଣ୍ଡ ଅନୁସାରେ ବିଜେଡି ଆଗରେ ରହି ଥିଲା। ବିଧାନସଭା ଆସନରେ ବିଜେଡି-୧୬, ବିଜେପି-୫ ଓ କଂଗ୍ରେସ- ୧ ସିଟ୍ରେ ଆଗୁଆ ରହିଥିବା ବେଳେ ପରବର୍ତ୍ତି ସମୟରେ ବିଜେପି ଆଗରେ ରହିଛି। ସେହିପରି ବିଧାନସଭା ଆସନରେ ବିଜେପି-୫୬, ବିଜେଡି-୩୭ ଓ କଂଗ୍ରେସ- ୦୭ ଓ ଅନ୍ୟାନ୍ୟ-୨ ସିଟ୍ରେ ଆଗୁଆ ରହିଥିବା କୁହାଯାଉଛି  । ହିଞ୍ଜିଳୀରେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ରହିଥିବା ବେଳେ କଣ୍ଟାବାଞ୍ଜିରେ- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ରହିଛନ୍ତି  । ସେହିପରି  ଧାମନଗରରେ- ସୂର୍ଯ୍ୟବଂଶୀ ସୁରଜ ଆଗୁଆ ରହିଥିବାବେଳେ  ଝାରସୁଗୁଡା-ଦୀପାଳି ଦାସ ଆଗୁଆ  ରହିଛନ୍ତି  । ଘଷିପୁରାରେ ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଆଗୁଆ ରହିଥିବା କୁହାଯାଉଛି ।  ସେହିପରି ଭୁବନେଶ୍ୱର ଲୋକସଭା  ପ୍ରାର୍ଥୀ ଅପରାଜିତା  ୧୫୨୮ ଭୋଟ ରେ ଆଗୁଆ ରହିଥିବା କୁହାଯାଉଛି ।