ଝାରସୁଗୁଡା:ଝାରସୁଗୁଡା ଉପନିର୍ବାଚନ ପାଇଁ ଆଜି ଭୋଟ ଦେଉଛନ୍ତି ଝାରସୁଗୁଡା ବାସି । ଝାରସୁଗୁଡା ବାଚୁଛି ନିଜ ନେତା ଝାରସୁଗୁଡା ଉପ ନିର୍ବାଚନର ଭୋଟିଂ ସକାଳ ୭ ରୁ ଆରମ୍ଭ ହୋଇଛି । ଇଭିଏମରେ ଥିବା ତ୍ରୁଟିର ସମାଧାନ କରାଯାଇଛି । ପୂର୍ବାହ୍ନ ୧୧ ଟା ସୁଦ୍ଧା ୨୦.୩୮ ପ୍ରତିଶତ ମତଦାନ ହୋଇଛି ଏବଂ ଦିନ ୧ ସୁଦ୍ଧା ୪୧.୨୬% ମତଦାନ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁସାରେ ଦିନ ୧ ସୁଦ୍ଧା ୪୬୬୫୬ ଜଣ ପୁରୁଷ ଓ ୪୪୮୨୧ ଜଣ ମହିଳା ଭୋଟର ନିଜର ମତ ଦାନ ସାବ୍ୟସ୍ତ କରିଛନ୍ତି ।ସେହିପରି ଅନ୍ୟାନ ୫ ଜଣ ସର୍ବମୋଟ ୯୧୪୮୨ ଜଣ ନିଜର ମତ ସାବ୍ୟସ୍ତ କରିଛନ୍ତି ।