ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଚାଲିଛି ଭୋଟ ଗ୍ରହଣ । ସକାଳ ୭ଟାରୁ ଦିଲ୍ଲୀ ଦେଉଛି ଭୋଟ । ଏହା ଆଜି ସଂଧ୍ୟା ୬ଟା ଯାଏଁ ଚାଲିବ। ତେବେ ଏହାରି ଭିତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ , କେନ୍ଦ୍ରମନ୍ତ୍ରୀ ଏସ ଜୟଶଙ୍କର , ବିରୋଧୀ ଦଳଙ୍କ ନେତା ରାହୁଲ ଗାନ୍ଧୀଙ୍କ ସମେତ ଅନେକ ବରିଷ୍ଠ ନେତା ମତଦାନ କରିସାରିଛନ୍ତି । ଆଜିର ଭୋଟ ଆପ ପାଇଁ ଅଗ୍ନି ପରୀକ୍ଷା ହୋଇଥିବା ବେଳେ ଆଗାମୀ ୫ ବର୍ଷ ପାଇଁ ବିଜେପି ଓ କଂଗ୍ରେସର ଭାଗ୍ୟ ନିର୍ଦ୍ଧାରଣ କରିବ ।
ପ୍ରାୟ ୧ କୋଟି ୫୬ ଲକ୍ଷ ଭୋଟର ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ମତଦାନ କରିବାକୁ ଥିବା ଭୋଟରଙ୍କ ମଧ୍ୟରୁ ୮୩.୭୬ ଲକ୍ଷ ପୁରୁଷ, ୭୨.୩୬ ମହିଳା ଓ ୧୨୬୭ ଜଣ କିନ୍ନର ରହିଛନ୍ତି । ଭୋଟ ଗ୍ରହଣ ପାଇଁ ୧୩୭୬୬ଟି ମତଦାନ କେନ୍ଦ୍ର ଖୋଲାଯାଇଛି। ନିର୍ବାଚନ ସମୟରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୩୦,୦୦୦ ପୁଲିସ ଓ ୨୨୦ କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ମୁତୟନ ହୋଇଛନ୍ତି।