ଭୁବନେଶ୍ୱର: ଉପରାଷ୍ଟ୍ରପତି ଏମ. ଭେଙ୍କିଆ ନାଇଡୁ ଦୁଇ ଦିନିଆ ଓଡିଶା ଗସ୍ତରୁ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି । ସ୍ୱତନ୍ତ୍ର ବିମାନରେ ଶ୍ରୀ ନାଇଡୁ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଯାତ୍ରା କରିଛନ୍ତି। ଉପରାଷ୍ଟ୍ରପତିଙ୍କୁ ପାଛୋଟି ଦେବାକୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଉପସ୍ଥିତ ଥିଲେ। ଉପରାଷ୍ଟ୍ରପତି ଓଡିଶା ଗସ୍ତର ସ୍ମୃତି ସ୍ୱରୂପ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ଫଟୋ ସାଥିରେ ନେଇଛନ୍ତି। ଆଜି ପୁରୀ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କିଷନ କୁମାର ଓଡ଼ିଶା ଗସ୍ତର ସ୍ମୃତି ସ୍ୱରୂପ ଉପରାଷ୍ଟ୍ରପତିଙ୍କୁ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ଏକ ଫଟୋ ଚିତ୍ର ପ୍ରଦାନ କରିଥିଲେ।