ମମି ନୁହେଁ ମା

0

(ରିପୋର୍ଟସ ଟୁଡ଼େ)ଭୁବନେଶ୍ୱର: ଆଜି ଭାରତର ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଓଡ଼ିଶା ଗସ୍ତରେ ଆସି ସାଇ ଇଣ୍ଟରନେସନାଲ ସ୍କୁଲର କାର୍ୟକ୍ରମରେ ଯୋଗ ଦେଇଛନ୍ତି । ସେ ଓଡିଶାବାସୀଙ୍କୁ ଉତ୍କଳ ଦିବସର ଅଭିନନ୍ଦନ ଓଡିଆରେ ଜଣାଇବା ସହ ଓଡିଆରେ ଅଭିଭାଷଣ ଆରମ୍ଭ କରିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ସେ କହିଛନ୍ତି, “ଦୀର୍ଘ ଦିନର ବ୍ରିଟିଶ ଶାସନ ଯୋଗୁଁ ଆମ ଇତିହାସ ପାଠ୍ୟକ୍ରମ ସହ ଆମର ଚିନ୍ତା ବଦଳିଛି । ତେଣୁ ଆମ ସଂସ୍କୃତି-ଐତିହକୁ ଆମ ପାଠ୍ୟକ୍ରମରେ ଅନ୍ତର୍ଭୁକ୍ତ କରିବାକୁ ପଡିବ ।ଛାତ୍ରଛାତ୍ରୀଙ୍କୁ ପରାମର୍ଶ ମଧ୍ୟ ଦେଇଛନ୍ତି ଉପ-ରାଷ୍ଟ୍ରପତି । ୫ଟି କଥା ମନେ ରଖିବାକୁ ପିଲାଙ୍କୁ ଭେଙ୍କେୟା ନାଇଡୁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ, “ଘରେ ମାତୃଭାଷା କୁହ । ମମି ନୁହେଁ ମା’ କୁହ । ବାପା-ମାଆଙ୍କୁ ଅବହେଳା କର ନାହିଁ । ନିଜ ଦେଶ କି ରାଜ୍ୟକୁ ଭୁଲନି ।
ଗୁଗଲ କେବେ ଗୁରୁଙ୍କ ସ୍ଥାନ ପୂରଣ କରିପାରିବନି ବୋଲି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ।