ବ୍ୟୁରୋ : ୱାଗନର ସେନା ଆରମ୍ଭ କରିଛି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ବିରୋଧରେ ବିଦ୍ରୋହ | ୱାଗନର ଗ୍ରପକୁ ସମାପ୍ତ କରିବାକୁ ପୁଟିନ ଋଷ ସେନାକୁ ଧମକ ଦେବା ପରେ ଏହାର ଜବାବ ରଖିଛନ୍ତି ୱାଗନର ଗ୍ରୁପର ମୁଖ୍ୟ । ସେ କହିଛନ୍ତି କି ଖୁବଶୀଘ୍ର ଋଷକୁ ନୂଆ ରାଷ୍ଟ୍ରପତି ମିଳିବାକୁ ଯାଉଛି । ଏହାସହ ବୋରେନେଘ ଓ ରେସ୍ତୋବାରେ ଋଷ ସେନା ୱାଗନର ଗ୍ରୁପ ପାଖରେ ଆତ୍ମ ସମର୍ପଣ କରିଥିବା କଥା ସେ ଦାବି କରିଛନ୍ତି । ବୋରେନେଘ ଓ ରେସ୍ତୋବା ସହର ଏବେ ୱାଗନର ଗ୍ରୁପର ନିୟନ୍ତ୍ରଣରେ ରହିଥିବା କଥା ମଧ୍ୟ ସେ ଦାବି କରିଛନ୍ତି ।
ତେବେ ପୁଟିନଙ୍କ ବିରୋଧରେ ବିଦ୍ରୋହ କରିବାରୁ ୱାଗନର ସେନା ମୁଖ୍ୟ ୟେବଗେନୀ ପ୍ରିଗୋଝିନ୍ ଗିରଫ କରିବା ପାଇଁ ପୁଟିନ ନିର୍ଦ୍ଦେଶ ଦେଇଛନ୍ତି । ଏହାମଧ୍ୟରେ ୱାଗନର ସେନାର ଜଣେ ସୈନିକ ପ୍ରିଗୋଝିନଙ୍କୁ ହତ୍ୟା କରିବାକୁ ଚେଷ୍ଟା କରି ମୃତ୍ୟୁ ଦଣ୍ଡ ପାଇଛନ୍ତି । ସିପାହୀ ଜଣକ ପ୍ରିଗୋଝିନଙ୍କୁ ହତ୍ୟା କରିବା ପାଇଁ ଚେଷ୍ଟା କରି ବିଫଳ ହୋଇଥିଲେ । ତାଙ୍କୁ ଧରାଯିବା ପରେ ଫାଶୀ ଦିଆଯାଇଥିବା ଖବର ମିଳିଛି ।
ସେପଟେ ପୁଟିନ୍ କହିଛନ୍ତି ଯେ, ଆମେ ଦେଶଦ୍ରୋହର ସମ୍ନା ହୋଇଛନ୍ତି । ଋଷର ସେନା ବିରୋଧରେ ଯିଏ ବିଦ୍ରୋହ କରିବ ସେ ବିଶ୍ୱାସଘାତକ । ତେଣୁ ଦେଶରେ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ପୁଟିନ୍ ସେନାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି । ବିଦ୍ରେସହକୁ ଦୃଢ଼ତାରସହିତ ଦମନ କରାଯାଇ ଏଥିରେ ସାମିଲ ସମସ୍ତଙ୍କୁ କଠୋର ଶାସ୍ତ ଦିଆଯିବ ବୋଲି କହିଛନ୍ତି ପୁଟିନ୍ ।