କେସିଙ୍ଗା:କଳାହାଣ୍ଡି ଜିଲ୍ଲା କେସିଙ୍ଗା ରେଳ ଷ୍ଟେସନରେ ଅଭାବନୀୟ ଘଟଣା । ଏକ ମାଲବାହୀ ଟ୍ରେନରୁ ଦୁଇଟି ବଗି ଅଲଗା ହୋଇଯାଇଥିଲା । ପ୍ରାୟ ୩୦ ମିଟର ଇଞ୍ଜିନ ଛାଡି ଦୁଇଟି ବଗି ପଳାଇଲା ପରେ ଲୋକୋ ପାଇଲଟ ଟ୍ରେନ ଅଟକାଇ ଥିଲେ । ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ଦୁର୍ଘଟଣା ଟଳିଯାଇଛି ।
ମିଳିଥିବା ସୂଚନା ଅନୁସାରେ ଦାମନଯୋଡିରୁ ଆଲୁମିନା ବୋଝେଇ କରି ଅନୁଗୁଳ ଯାଉଥିବା ଟ୍ରେନଟି କେସିଙ୍ଗା ରେଳ ଷ୍ଟେସନରେ ଅଟକି ଥିବା ବେଳେ ଗାଡ଼ି ଛାଡ଼ିବା ବେଳକୁ ମଝି ଭାଗରୁ ଆଲୁମିନା ୱାଗନ ଅଲଗା ହୋଇଯାଇଥିଲା । ଟ୍ରେନ୍ର ୨ଟି ବଗି ପ୍ରାୟ ୩୦ ମିଟର ଅଲଗା ହେଲା ପରେ ଏହା ଦେଖି ଟ୍ରେନ୍କୁ ରୋକିଲେ ଲୋକୋ ପାଇଲଟ । ଘଟଣାସ୍ଥଳର ସ୍ଥାନୀୟ ରେଳ କର୍ମଚାରୀ ପହଞ୍ଚିଥିବା ବେଳେ ମରାମତି ପାଇଁ ଟିଟିଲାଗଡରୁ ଟେକ୍ନିକାଲ ଟିମ୍ ଆସିପହଞ୍ଚିଥିଲେ।
ଅନ୍ୟପଟେ ଏପରି କଣ ପାଇଁ ହେଲା ସେ ନେଇ ତଦନ୍ତ କରାଯିବ। ଟିଟିଲାଗଡ଼ ଡିଭିଜନ ଅଫିସରୁ କିଛି ବିଶେଷଜ୍ଞ ଆସି ଘଟଣାର ତଦନ୍ତ କରିବେ। କିପରି ପଛ ବଗିକୁ ଛାଡ଼ି ଟ୍ରେନ୍ଟି ଆଗେଇ ଗଲା ତାହାର କାରଣ ଖୋଜିବେ। ତେଣୁ ଟ୍ରେନ୍ଟି ଏଯାଏ କେସିଙ୍ଗା ଷ୍ଟେଶନ ଛାଡ଼ି ନ ଥିବା ଜଣାଯାଇଛି। ମାତ୍ର ଏଥିଯୋଗୁ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇ ନାହିଁ। ଅନ୍ୟ ଟ୍ରାକ୍ରେ ଟ୍ରେନ୍ ଚଳାଚଳ ଜାରି ରହିଛି।