ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ଦିନ ଗଡୁଛି ରାତି ବଢୁଛି, ପାକ-ଭାରତ ଭିତରେ ବିବାଦ ବଢିଚାଲିଛି । ସୀମାରେ ପାକିସ୍ତାନ ପକ୍ଷରୁ ଜାରି ରହିଛି ଗୁଳି ବର୍ଷା । ଭାରତ ବି ପାକିସ୍ତାନରେ ମିସାଇଲ୍ ଆଟାକ୍ କରୁଛି । ବାୟୁସେନା ପକ୍ଷରୁ ସମ୍ଭାବ୍ୟ ଆକ୍ରମଣ ସମ୍ପର୍କରେ ଏୟାର ଚେତାବନୀ କରାଯାଇଛି । ଚଣ୍ଡୀଗଡରେ ସାଇରନ୍ ଶବ୍ଦ ସାରା ସହରରେ ପ୍ରତିଧ୍ୱନିତ ହୋଇଥିଲା ।ଯାହା ପାକିସ୍ତାନ ଦ୍ୱାରା ସମ୍ଭାବ୍ୟ ଆକ୍ରମଣର ଆଶଙ୍କାକୁ ସୂଚାଇଛି। ଭାରତୀୟ ବାୟୁସେନା ଦ୍ୱାରା ଜାରି କରାଯାଇଥିବା ସାଇରନ ଯୋଗେ ସହରବାସୀଙ୍କୁ ଘର ଭିତରେ ରହିବାକୁ ଏବଂ ଖୋଲା ସ୍ଥାନକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଭାରତୀୟ ସଶସ୍ତ୍ର ବାହିନୀର ତତ୍ପରତା ଏବଂ S-400 ଏୟାର ଡିଫେନ୍ସ ସିଷ୍ଟମର ସହାୟତାରେ ଏହି ଆକ୍ରମଣଗୁଡ଼ିକୁ ସଫଳତାର ସହ ବିଫଳ କରାଯାଇଛି। ସ୍ଥାନୀୟ ପ୍ରଶାସନ ଏବଂ ସୁରକ୍ଷା ବାହିନୀ ସମ୍ପୂର୍ଣ୍ଣ ସତର୍କ ଅବସ୍ଥାରେ ରହିଛନ୍ତି। ବାସିନ୍ଦାମାନଙ୍କୁ ନିରାପଦ ସ୍ଥାନରେ ରହିବାକୁ ଏବଂ ପ୍ରଶାସନର ନିର୍ଦ୍ଦେଶ ପାଳନ କରିବାକୁ ଅନୁରୋଧ କରାଯାଇଛି।