ଲଗାଣ ବର୍ଷାରେ ବୁଡିଲା ପୋଲ, ଯୋଗାଯୋଗ ବିଚ୍ଛିନ୍ନ

0

(ମମତା ସାମଲ)ରିପୋର୍ଟସଟୁଡେ: ରାଜ୍ୟରେ ମୌସୁମୀ ଓ ଟ୍ରପ ଲାଇନ ପ୍ରଭାବରେ ବର୍ଷା ଲାଗି ରହିଛି । ଲଗାଣ ବର୍ଷା ହେବା ଫଳରେ ମାଲକାନଗିର ଜିଲ୍ଲାରେ କାଙ୍କେରାକୋଣ୍ଡା ପୋଲ ଉପରେ ୩ଫୁଟ ଉଚ୍ଚାର ପାଣି ଥିବାରୁ ଗ୍ରାମବାସୀଙ୍କ ଗମନାଗମନ ପ୍ରଭାବିତ ହୋଇଛି । ତେଣୁ ମାଲକାନଗିରି –କାଲିମେଳା ମଧ୍ୟରେ ଯୋଗଯୋଗ ବିଚ୍ଛିନ୍ନ ହୋଇଛି । ଆହୁରି ରାଜ୍ୟରେ ବର୍ଷା ଜାରି ରହିବ । ଅଗଷ୍ଟ ପହିଲାରୁ ବର୍ଷାର ପରିମାଣ ଆଉ ବୃଦ୍ଧି ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଥିବା ବେଳେ ଏପରି ସ୍ଥିତିରେ ଗମନାଗମନ ନେଇ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିବା ବୋଲି ଆଶଙ୍କା କରାଯାଉଛି ।