ନୟାଗଡ଼ରେ ବନ୍ୟା ପରିସ୍ଥିତି

0

(ପ୍ରିୟଦର୍ଶନୀ ସ୍ୱାଇଁ): ରାଜ୍ୟରେ ଲାଗିରହିଛି ମୌସୁମୀ ବର୍ଷା । ବଙ୍ଗୋପସାଗରରେ ଲଘୁଚାପ ପ୍ରଭାବ ହେତୁ ନୟାଗଡ଼ ଜିଲ୍ଲାରେ ଲାଗି ରହିଛି ବର୍ଷା । ଗତକାଲି ଠାରୁ ନୟାଗଡ଼ରେ ବର୍ଷାର ପ୍ରକୋପ ବଢ଼ିବାରେ ଲାଗିଛି । ଅନେକ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ଫଳରେ ଜଳ ବିପଦ ସଙ୍କେତ ଉପରେ ପ୍ରଭାବିତ ହେବା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଗ୍ରାମରେ ପାଣି ପଶିବାରୁ ଛାତ ଘର ମଧ୍ୟ ଭୁଶୁଡ଼ି ଯାଇଛି । ଏଥିରେ କାହାର କିଛି କ୍ଷତି ହୋଇନଥିବା ସୂଚନା ମିଳିଛି । ସେପଟେ ଗଜପତି ଜିଲ୍ଲା କାଶୀନଗରରେ ବଂଶଧାରା ନଦୀ ବିପଦ ସଙ୍କେତ ଟପିଛି । ନଦୀର ବିପଦ ସଙ୍କେତ ୫୪.୬୦ ରହିଥିବା ବେଳେ ଏହା ଏବେ ୫୫.୧୨ଫୁଟରେ ପ୍ରବାହିତ ହେଉଛି ।