(ମମତା ସାମଲ)ରିପୋର୍ଟସଟୁଡେ: ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଡିପ ଡିପ୍ରେସନର ରୂପ ନେବା ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି । ଲଗାଣ ବର୍ଷା ଫଳରେ ମାଛକୁଣ୍ଡ ଜଳଭଣ୍ଡାରର ଜଳପତନ ବୃଦ୍ଧି ପାଇଛି ।
କିଛି ଦିନ ହେବ ଓଡ଼ିଶାରେ ମୈାସୁମୀ ଓ ଲଘୁଚାପ ପ୍ରଭାବରେ ବର୍ଷା ହେଉଥିବା ବେଳେ ପୁଣି ଉତ୍ତର ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହୋଇ ବର୍ତ୍ତମାନ ଅବପାତରେ ପରିଣତ ହୋଇଛି । ପ୍ରଭାବରେ ରାଜ୍ୟରେ ଆସନ୍ତା ୨୪ଘଣ୍ଟା ଯାଏଁ ବର୍ଷା ଜାରି ରହିବ । ଏହି ଲଗାଣ ବର୍ଷା କାରଣରୁ ମାଛକୁଣ୍ଡ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇଛି । ଯାହା ଫଳରେ ଜଳଭଣ୍ଡାରକୁ ବିପଦ ସଷ୍ଟି ହେବା ସମ୍ଭାବନା ଥିଲା । ଜଳଭଣ୍ଡାରର ବିପଦ ସଂକେତ ୨୫୯୦ଫୁଟ ଥିବା ବେଳେ ଜଳସ୍ତର ବର୍ତ୍ତମାନ ୨୫୮୮.୩ ପୁଟରେ ପହଂଚିଛି । ତେଣୁ ବିପଦରୁ ମୁକ୍ତି ପାଇବାକୁ ଜଳଭଣ୍ଡାରର ଆଠଟି ଗେଟରୁ ୩ଟି ଖୋଲାଯାଇ ଜଳ ନିଷ୍କାସନ କରାଯାଉଛି । ଯାହା ଦ୍ୱାରା ପ୍ରତି ସେକେଣ୍ଡରେ ପାଞ୍ଚ ହଜାର କ୍ୟୁସେକ ଜଳ ନିଷ୍କାସିତ ହେଉଛି ।