ରାମମନ୍ଦିର ଟ୍ରାଫିକ ପୋଷ୍ଟ ନିକଟରେ ଓଲଟିଲା ପାଣି ଟ୍ୟାଙ୍କର

0

ଭୁବନେଶ୍ୱର: ଭୁବନେଶ୍ୱର ରାମମନ୍ଦିର ଟ୍ରାଫିକ ପୋଷ୍ଟ ନିକଟରେ ଓଲଟିଲା ପାଣି ଟ୍ୟାଙ୍କର । ଭାରସାମ୍ୟ ହରାଇ ରାସ୍ତାଉପରେ ଓଲଟିପଡିଛି ପାଣି ଟ୍ୟାଙ୍କର । ଯେଉଁଥିରେ ଡ୍ରାଇଭର ଓ ହେଲ୍‌ପର ଆହତ ହୋଇଥିବା ଜଣାପଡିଛି ।

ଖବର ଅନୁଯାୟୀ, ସକାଳ ସମୟରେ ଭୁବନେଶ୍ୱର ରାମ ମନ୍ଦିର ନିକଟରେ ଏକ ପାଣି ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟିପଡିଛି । ଯାହାଫଳରେ ଗାଡିରେ ଥିବା ହେଲ୍‌ପର୍‌ ଏବଂ ଡ୍ରାଇଭର ଆହତ ହୋଇଛନ୍ତି । ଆହତଙ୍କୁ ତୁରନ୍ତ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେପଟେ ରାସ୍ତା ମଝିରେ ଟ୍ୟାଙ୍କର ଓଲଟିବା ପରେ କିଛି ସମୟ ପାଇଁ ଜାମ୍‌ ରହିଥିଲା । ହେଲେ ଅଗ୍ନିଶମ ବାହିନୀ ଓ ପୋଲିସ ପହଞ୍ଚି ରାସ୍ତାମଝିରେ ପଡିଥିବା ଟ୍ୟାଙ୍କରକୁ ରୋଡ୍‌ କଡ଼କୁ ଆଣିଥିଲା । ଯାହାପରେ ଯିବାଆସିବାରେ ସୁବିଧା ହୋଇଥିଲା ।