ଜଳ ବାହିତ ଝାଡ଼ାବାନ୍ତି ସଂକ୍ରମଣ ଏବେ ମଣିଷଙ୍କ ଠାରୁ ମଣିଷଙ୍କୁ ଡେଉଁଛି : ଏମ୍ସ ନିର୍ଦ୍ଦେଶକ

0

ଭୁବନେଶ୍ୱର-: ଝାଡ଼ାବାନ୍ତି ଏବେ ସେକେଣ୍ଡ ଟ୍ରାନ୍ସମିସନ ଷ୍ଟେଜରେ ଅଛି । ଜଳ ବାହିତ ଏହି ଜୀବାଣୁ ଏବେ ମଣିଷଙ୍କଠାରୁ ମଣିଷଙ୍କୁ ଡେଉଁଛି । ଅର୍ଥାତ୍ ସଂକ୍ରମିତ ଅଞ୍ଚଳର ବ୍ୟକ୍ତି ଅନ୍ୟ ଅଞ୍ଚଳକୁ ଯିବା ଏବଂ ସେଠାରେ ଝାଡ଼ା କିମ୍ବା ବାନ୍ତି କଲେ ତାହା ପାଣି ସହ ମିଶି ସଂକ୍ରମଣ ବଢ଼ାଇଥାଏ ବୋଲି କହିଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ ଡ଼ା ଆଶୁତୋଷ ବିଶ୍ବାସ । ଯାଜପୁରରୁ ଆରମ୍ଭ ହୋଇଥିବା କଲେରା ସଂକ୍ରମଣ ଆଖପାଖ ଜିଲ୍ଲାକୁ ବ୍ୟାପିବାରେ ଲାଗିଛି । ଏଥିରେ ଦାସରୁ ଅଧିକ ଜୀବନ ଗଲାଣି । ଗତକାଲି ଯାଜପୁରରେ ସ୍ଥିତି ଅନୁଧ୍ୟାନ କରିବା ପରେ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ଏମ୍ସ ନିର୍ଦ୍ଦେଶକ  । ଅନ୍ୟପଟେ ଡାଇରିଆ ଓ କଲେରା କାହିଁକି ବ୍ୟାପୁଛି ତା’ର କାରଣ କହିଛନ୍ତି କେନ୍ଦ୍ରୀୟ ଟିମ୍ । ପାଣି ଯୋଗୁଁ ଏହା ବ୍ୟାପିବାରେ ଲାଗିଛି ବୋଲି ଟିମ୍ ପକ୍ଷରୁ କୁହାଯାଇଛି ।