(ଉଦଳା / ଦୀପକ ମିଶ୍ର )ପ୍ରକୃତିର ଅନନ୍ୟା ସୁନ୍ଦରତା ଵିଭବରେ ପରିପୂର୍ଣ୍ଣ ଓଡ଼ିଶାର ବୃହତ ଜିଲ୍ଲା ମୟୁରଭଞ୍ଜ ଏଠାରେ ରହିଛି ପୃଥିବୀ ପ୍ରସିଦ୍ଧି ଶିମିଳିପାଳ ଅଭୟାରଣ୍ୟ ଏହା ନାନାବିଧ ଗଛ ଲତା ପଶୁ ପକ୍ଷୀ ଓ ବଣ ପାହାଡ ପାଇଁ ଯେତିକି ପରିଚିତ ଠିକ ସେତିକି ପ୍ରସିଦ୍ଧି ହୋଇ ରହିଛି ଚତୁର୍ପାର୍ଷରେ ତଥା ଅଭ୍ୟନ୍ତରରେ ରହିଥିବା ମନଲୋଭା ପ୍ରାକୃତିକ ସନ୍ଦର୍ୟ୍ୟ, ଶିମିଳିପାଳ ବକ୍ଷରୁ କୁଳୁକୁଳୁ ନାଦରେ ବହିଆସୁଛନ୍ତି ଅନେକ ନଦୀ ଓ ଝରଣା ସେଇ ଭିତରେ ଏକ ସୁନ୍ଦର କିନ୍ତୁ ଅନାଲୋଚିତ ଜଳଧାରା ବା ସୁନ୍ଦର ଝରଣାଟିଏ ହେଉଛି ଟୁଙ୍କି ଜଳପ୍ରପାତ, ରତ୍ନ ଗଭା ଶିମିଳିପାଳ ସତେକି ଲୁଚେଇ ରଖିଛି ଏହି ଟୁଙ୍କି ଜଳପ୍ରପାତ ଟିକୁ ନିଜର ସୁନ୍ଦର ପଣତରେ ଚାରୋଟି ଜଳଧାରାର ଏକ ସୁନ୍ଦର ସମକ୍ଷହାର ହେଉଛି ଟୁଙ୍କି ଜଳପ୍ରପାତ, ସବୁଜ ବନାନୀ ଓ ସୁନ୍ଦର ପର୍ବତ ମାଳାକୁ ଛୁଇଁ ଛୁଇଁ ଆଗକୁ ବଢିଛି ଏହି ଟୁଙ୍କି ଜଳଧାରା, ମେଘର ଲୁଚକାଳି ଖେଳ ଓ ମହୁମାଛିର ଗୁଣୁଗୁଣୁ ଶବ୍ଦ ସୁନ୍ଦର ପ୍ରଜାପତିର ଚପଳତା ଓ ପକ୍ଷୀ ମାନଙ୍କର କାକଳି ଆକର୍ଷିତ କରେ ଏହି ଟୁଙ୍କି ଜଳପ୍ରପାତ.ଏହି ଜଳପ୍ରପାତକୁ ବୁଲିବାପାଇଁ ହଜାର ହଜାର ପର୍ୟ୍ୟଟକଙ୍କ ଭିଡ ଜମିରହିଥକ୍ଷଏ, ମୟୁରଭଞ୍ଜ ଜିଲ୍ଲା ସଦର ମହକୁମା ବକ୍ଷରିପଦା ସହର ଠାରୁ ଏହି ଟୁଙ୍କି ଜଳପ୍ରପାତର ଦୂରତା ୪୨ କି. ମି. ଡ଼ିସେମ୍ବର ୨୫ ରୁ ମକର ପର୍ୟ୍ୟନ୍ତ ଏଠାରେ ହଜାର ହଜକ୍ଷର ପର୍ୟ୍ୟଟକଙ୍କ ଭିଡ ରହିଥିବା ବେଳେ ବଣଭୋଜି ପାଇଁ ଏହି ସ୍ଥାନ ଚଳଚଞ୍ଚଳ ହୋଇଥାଏ