କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଡୁମୁରିଆ ଠାରେ ୱାଟରସେଡ୍ ଯାତ୍ରା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି । କାର୍ୟ୍ୟକ୍ରମ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗଦାନ ଦାନ କରି ବୃକ୍ଷ୍ ରୋପଣ କରିବା ସହ ଏକ ଆଡିବନ୍ଧ ପ୍ରକଳ୍ପ ଉଦ୍ଘାଟନ ସହ କୃଷି ସିଞ୍ଚାର ଯୋଜନା ର ଲୋକାର୍ପଣ କରିଛନ୍ତି। ଏହି କାର୍ୟ୍ୟକ୍ରମ ରେ ପଦ୍ମଶ୍ରୀ ଦୈତାରି ନାଏକ,ଜଳ ବିଭାଜିକା ନିର୍ଦ୍ଦେଶ ଅଶୋକ କୁମାର ସେନାପତି ତଥା ସହକାରୀ ନିର୍ଦ୍ଦେଶକବନମାଳୀ ପାତ୍ର,ପ୍ରଦୀପ କୁମାର ରାଉତ,ସ୍ଥାନୀୟ ସରପଞ୍ଚ ଗୌରହରି ନାଏକ,ସମିତି ସଭ୍ୟ ଜୟନ୍ତୀ ନାଏକ,ୱାଟରସେଡ୍ ଯୋଦ୍ଧା ସହିତ ସଂଖ୍ୟାଧିକ ପଞ୍ଚାୟତ ବାସି ଉପସ୍ଥିତ ଥିଲେ ।