ରତ୍ନଭଣ୍ଡାର ଚାବି ହିଜିଛି କି ନାହିଁ ଆମେ ଜାଣିନୁ; ଜଗନ୍ନାଥ ସାରକା, ଆଇନମନ୍ତ୍ରୀ

0

ଭୁବନେଶ୍ୱର; ଜଗନ୍ନାଥଙ୍କ ରତ୍ନ ଭଣ୍ଡାର ଚାବି ହଜିବା ନେଇ ଆଇନ ମନ୍ତ୍ରୀଙ୍କ ଅଜବ ପ୍ରତିକ୍ରିୟା ।ରତ୍ନଭଣ୍ଡାର ଚାବି ହଜିଛି କି ନାହିଁ ଆମେ ଜାଣିନୁ ।ମୁଁ ଆଜି ପର୍ଯ୍ୟନ୍ତ ଯେତିକି ଜାଣିଛି, ରତ୍ନ ଭଣ୍ଡାର ଚାବି ହଜିଛି କି ନ ହଜିଛି ଆମେ ସେ ବିଷୟରେ ଜାଣିନୁ ।ରାଜ୍ୟ ସରକାର ବିଭିନ୍ନ ସ୍ତରରେ ଶ୍ରୀମନ୍ଦିର ଉନ୍ନତି ପାଇଁ ପଦକ୍ଷେପ ନେଉଛନ୍ତି । ରତ୍ନ ଭଣ୍ଡାର ପ୍ରସଙ୍ଗରେ ବିଜେପି ହାଇକୋର୍ଟ ଯାଇଛି । ଯାହା ନିର୍ଦ୍ଦେଶ ଆସିବ ହାଇକୋର୍ଟଙ୍କ ପକ୍ଷରୁ ତାକୁ ରାଜ୍ୟ ସରକାର ବିଚାର ବିମର୍ଶ କରି ପଦକ୍ଷେପ ନେବେ । କିଏ ରାଜନୀତି କରିବେ ସେଇବା ମୁଁ କହିବି ନାହିଁ । ବିଭିନ୍ନ ସ୍ତରରେ ଭିନ୍ନ ଲୋକ ରାଜନୀତି କରନ୍ତି । କିନ୍ତୁ ସରକାର ମନ୍ଦିର ଗୁଡ଼ିକର ଉନ୍ନତିକରଣ ଲାଗି ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି ଆଇନମନ୍ତ୍ରୀ ।