ଭୁବନେଶ୍ୱର: କୃଷି ଶିଳ୍ପ ଓ ଖାଦ୍ୟ ପ୍ରକ୍ରିୟା କରଣ ଶିଳ୍ପ କୁ ନେଇ ଗୋକୁଳା ନନ୍ଦ ମଲିକ କହିଛନ୍ତି ଯେ, ଓଡ଼ିଶା ରେ ଅନେକ ସମ୍ଭାବନା ରହିଛି । ଓଡ଼ିଶା ଏକ ଅଗ୍ରଣୀ ଭୂମିକା ନେବା ପାଇଁ ପ୍ରସ୍ତୁତ । କୃଷି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ସମ୍ଭାବନା ରହିଛି । କିନ୍ତୁ ଆମେ ଭାରତ ବର୍ଷ ଅନ୍ୟ ଦେଶ ଅପେକ୍ଷା ବହୁ ପଛରେ ଅଛେ ।
ମାଛ ଉତ୍ପାଦନ ଓ ରପ୍ତାନି କ୍ଷେତ୍ରରେ ବହୁ ପଛରେ ଓଡ଼ିଶା। ଭାରତରେ ସି ଫୁଡ଼ ଶିଳ୍ପ ୬୦ ହଜାର କୋଟି ର ମାର୍କେଟ ରହିଥିବା ବେଳେ ଓଡ଼ିଶା ରେ ଏହା ମାତ୍ର ୨ ରୁ ୩ ହଜାର ରେ ସୀମିତ । ତାକୁ ଆମକୁ ବଢାଇବା କୁ ପଡ଼ିବ । ଯୁବ ଉଦ୍ୟୋଗୀ ମାନେ ବିକଶିତ ଓଡ଼ିଶାର ଜଣେ ଜଣେ ଧର୍ମପଦ ହେବେ। ଓଡ଼ିଶାର ଆମ୍ବ , ଡ୍ରାଗନ ଫୁଡ଼, ହଳଦୀ, ବାହାରକୁ ଆମେ ରପ୍ତାନି କରୁଛେ। ଲଙ୍କା, କନ୍ଦମୂଳ, ସୂର୍ଯ୍ୟମୁଖୀ, କାଜୁ, ଅଦା, ଚିଙ୍ଗୁଡ଼ି ଓ ବିଲାତି ବାଇଗଣ କ୍ଷତ୍ର ରେ ଆମେ ଆବେ ଆଗକୁ ବଢ଼ୁଛୁ। ଅଣ୍ଡା ଉତ୍ପାଦନ କ୍ଷେତ୍ରରେ ଅନେକ ସମ୍ଭାବନା ରହିଛି । ରାଜ୍ୟରେ ଅଢେ଼ଇ କୋଟି ଅଣ୍ଡା ର ଆବଶ୍ୟକତା ରହିଥିବା ବେଳେ ଆମର ଉତ୍ପାଦନ ହେଉଛି ମାତ୍ର ଏକ କୋଟି ଅଣ୍ଡା । ତେଣୁ ଆମେ ନିଜକୁ ଅଧିକ ଆତ୍ମନିର୍ଭରଶୀଳ କରିବା ପାଇଁ ଅଣ୍ଡା ଉତ୍ପାଦନ ବଢାଇବା ପାଇଁ ନୂଆ ପଲିସି ଆଣିବାକୁ ଯାଉଛୁ।
ନୂଆ ଷ୍ଟାର୍ଟଅପ ପାଇଁ ନୂଆ ସରକାର ଙ୍କ ଦ୍ୱାର ସମ୍ପୂର୍ଣ୍ଣ ଖୋଲା ରହିଛି । ପୁର୍ବ ରୁ ଅବହେଳିତ ଥିଲା ଓଡିଶା କିନ୍ତୁ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଦାୟିତ୍ୱ ନେଇଛନ୍ତି ଓଡିଶା କୁ ବିକାଶ ର ଶିଖର ରେ ପହଞ୍ଚାଇବା ପାଇଁ।