କନ୍ଧମାଳ / ମୃତ୍ୟୁଞ୍ଜୟ ଦିଗାଲ : ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗର ନିର୍ଦେଶକ୍ରମେ ଆଜି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ ସଦର ମହକୁମା ସ୍ଥିତ ସରକାରୀ ପ୍ରାଥମିକ ସେବାଶ୍ରମ ବିଦ୍ୟାଳୟ ଠାରେ ଆମେ ଜାଣିବା, ଆମେ ଜିଣିବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ଡିଣ୍ଡିରା ଗାଁ ଗ୍ରାମ ପଞ୍ଚାୟତ ସରପଞ୍ଚ ରଞ୍ଜିତା ମଲିକ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଅନୁଷ୍ଠାନିକ ଭାବରେ ଧୂପ ଦୀପ ସହ ଉଦଘାଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ବକ୍ତା ଭାବରେ ବିଶ୍ଵାମିତ୍ର କହଁର ବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଲଳିତା କହଁର, ୱାର୍ଡ ସଭ୍ୟ ସୀତାରାମ କହଁର, ପୂର୍ବତନ ସଭାପତି ବଡଣା କହଁର, ଶିକ୍ଷକ ମନୋଜ କୁମାର ପାଢ଼ୀ, ବରିଷ୍ଠ ବ୍ୟକ୍ତି ବଡଣା କହଁର ଙ୍କ ସହ ପଶୁ ସମ୍ପଦ ଅଧିକାରୀl ପ୍ରମୁଖ ଉପସ୍ଥିତ ରହିଥିଲେ ।ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁଲୋଚନା ସ୍ବାଇଁ ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ଓ ତାଙ୍କ ଅବିଭାବକ ମାନଙ୍କୁ “ଆମେ ଜାଣିବା, ଆମେ ଜିଣିବା “କାର୍ଯ୍ୟକ୍ରମ ର ଲକ୍ଷ୍ୟ ଓ ଉଦେଶ୍ୟ ଉପରେ ବୁଝେଇଥିଲେ । ସରକାର ଦେଶର ଜନ ସାଧାରଣ ମାନଙ୍କ ପାଇଁ ମାଳ ମାଳ ଯୋଜନା କରୁଥିବା ସ୍ୱତେ ଯୋଜନା ବିଷୟରେ ନଜାଣି ଜନସାଧାରଣ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେଣୁ ସେମାନଙ୍କୁ ଆଗକୁ ବଢିବାରେ ଅସୁବିଧା ହେଉଛି ।ଆମେ ଜାଣିବା ଆମେ ଜିଣିବା କାର୍ଯ୍ୟକ୍ରମ ମାଧ୍ୟମରେ ସରକାର ସମସ୍ତ ପିତାମାତା, ଅବିଭାବକ ତଥା ଜନସାଧାରଣ ମାନଙ୍କୁ ସଚେତନ କରିବା ହେଉଛି କାର୍ଯ୍ୟକ୍ରମ ର ମୁଖ୍ୟ ଉଦେଶ୍ୟ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁଲୋଚନା ସ୍ୱାଇଁ ବୁଝେଇଥିଲେ ।ତାଛଡା ପ୍ରତ୍ୟେକ ପିଲା ସ୍ୱତନ୍ତ୍ର, ଏ କଥା ତା ‘ବାପା ମା ‘ଭଲ ଭାବରେ ଜାଣିବା ଆବଶ୍ୟକ, ନିଜ ପିଲାଙ୍କୁ ଅନ୍ୟ ସହ ତୁଳନା କରି ତାର ମାନସିକ ଚାପ ବଢେଇବା ପରିବର୍ତ୍ତେ ତାର ନିଜସ୍ୱ ପ୍ରତିଭା, ବ୍ୟକ୍ତିତ୍ୱ ତଥା ସାମଗ୍ରିକ ବିକାଶ ଉପରେ ସମୁଚିତ ଧ୍ୟାନ ଦେବା ଦରକାର ।ପିଲାର ଆତ୍ମବିଶ୍ୱାସ ବୃଦ୍ଧି ପାଇଲେ, ସେ ଭବିଷ୍ୟତ ଜୀବନରେ ଯେକୌଣସି ପରିସ୍ଥିତିକୁ ଦୃଢ଼ତାର ସହିତ ସାମ୍ନା କରିପାରିବ ବୋଲି ସମସ୍ତ ଅବିଭାବକ ମାନଙ୍କୁ ଜଣେଇଥିଲେ ।ଏହି କାର୍ଯ୍ୟକ୍ରମ ରେ ବିଦ୍ୟାଳୟ ପରିସରରେ ବିଭିନ୍ନ ବିଭାଗ ଦ୍ୱାରା ଷ୍ଟଲ କରାଯାଇ ଅଭିଭାବକ ମାନଙ୍କୁ ସଚେତନ କରା ଯାଇଥିଲା l ଅତିଥି ମାନେ ଅଭିଭାବକ ଆମର ଅଂଶୀଦାର କାର୍ଯ୍ୟକ୍ରମ କୁ ନେଇ ଅଭିଭାବକ ମାନଙ୍କୁ ସଚେତନ କରିବା ସହ ଆଲୋଚନା ହୋଇଥିଲା । ବିଦ୍ୟାଳୟ ରେ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ହାସଲ କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ୱାରା ଟ୍ରଫି ଓ ମାନପତ୍ର ପ୍ରଦାନ କରା ଯାଇଥିଲା । କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ଶିକ୍ଷୟିତ୍ରୀ ଉର୍ମିଳା କହଁର ପରିଚାଳନା କରିଥିଲେ ।