ଭୁବନେଶ୍ୱର: ରାଜ୍ୟସଭା ସାଂସଦ ମୁନା ଖାଁ ଙ୍କ ବଡ ବୟାନ। ସରକାର କୁ ବିଜେଡ଼ି ଆସିବା ଲାଗି ଆମକୁ ପାଞ୍ଚ ବର୍ଷ ଯାଏ ଅପେକ୍ଷା କରିବାକୁ ନ ପଡିପାରେ।ପ୍ଲାନ ଅନୁସାରେ ଆମେ ଯାଉଛୁ ସବୁ ଠିକ ଠାକ ଚାଲିଛି |ବିଜେପି ପାଖରେ ପ୍ରାର୍ଥୀ କେଉଁଠି ଥିଲେ। ଅଧିକାଂଶ ଆମ ଲୋକ ସେଠି ଅଛନ୍ତି। ସମୟ କୁ ଅପେକ୍ଷା କରନ୍ତୁ। ୟା ଠୁ ବେଶୀ ଆଉ କିଛି କହିପାରିବି ନାହିଁ।
ମୁଁ ସଭାରେ କହିଚି ବିଜେପି ବିଧାୟକ ବିଜେଡ଼ି ଲିଙ୍କ୍ ରେ ଅଛନ୍ତି। ମିଡିଆ ସାମନା ରେ କିଛି କହିନାହିଁ। ଯାହା କହିଚି କର୍ମୀ ଙ୍କୁ କହିଛି। ଏହା ଆମର ରଣନୀତି। ମୁଁ ଏହାକୁ ମିଡିଆ ସାମନା ରେ କହିପାରିବିନି। ସମୟ କୁ ଅପେକ୍ଷା କରନ୍ତୁ।
ସରକାର କୁ ନେଇ ସବୁଠି ଅସନ୍ତୋଷ। ସାରା ଓଡ଼ିଶାରେ ଅସନ୍ତୋଷ ଜାହିର ହେଲାଣି ସରକାର ଠିକ ଭାବରେ ଚାଲୁନି |ତାଙ୍କ ଭିତରେ ସମସ୍ୟା ଉପୁଜିଲାଣି |ଆଗାମୀ ଦିନ ରେ ବିଜେଡି ଆଗକୁ ଆସୁଛି | କିଛି ଗୋଟେ ଭଲ ହେବ |ସମୟ କୁ ଅପେକ୍ଷା କରନ୍ତୁ ଆମେ ସକ୍ସେକ୍ସ ହେବୁ | ଜୟନାରାୟଣ ମୋ ବଡ଼ ଭାଇ | ସେ ଦଳ ବିଷୟ ରେ ଚିନ୍ତା ନକରି ନିଜ ବିଷୟ ରେ ଭାବନ୍ତୁ | ତାଙ୍କ ଦେହ ଭଲ ରହୁନି ବିପି ବଢିଯାଉଛି ରାଗିଯାଉଛନ୍ତି | ଦଳ କଣ ତାଙ୍କ ବିଷୟ ରେ ଚିନ୍ତା କରିଛି କି ସେ ଭଳିଆ ସିନିୟର ଲୋକଙ୍କୁ ବସେଇକି ରଖିଛନ୍ତି |