ଆମେରିକା ଏୟାର ଷ୍ଟ୍ରାଇକ ପରେ ଟ୍ରମ୍ପଙ୍କ ଧମକ..

0

ସୋମାଲିଆରେ ଆଇଏସ୍ ଟାର୍ଗେଟ ଉପରେ ଆମେରିକା ଏୟାର ଷ୍ଟ୍ରାଇକ୍ କରିଥିଲା। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଶନିବାର ଏହି ସୂଚନା ଦେଇଛନ୍ତି। ଏହି ଆକ୍ରମଣରେ ସୋମାଲିଆର ଗୁମ୍ଫାରେ ଲୁଚି ରହିଥିବା ଆଇଏସ୍ ଆତଙ୍କବାଦୀଙ୍କୁ ଆମେରିକା ସେନା ଟାର୍ଗେଟ କରିଛି। ଏହି ଆକ୍ରମଣରେ ଅନେକ ଆତଙ୍କବାଦୀ ନିହତ ହୋଇଥିଲେ। ଏହା ସହ ଟ୍ରମ୍ପ ଆଇଏସଆଇଏସକୁ ଖୋଲା ଧମକ ଦେଇ କହିଛନ୍ତି ଯେ ଆମେ ଖୋଜି ଖୋଜି ହତ୍ୟା କରିବୁ।


ଟ୍ରମ୍ପ ଏକ ପୋଷ୍ଟରେ କହିଛନ୍ତି ଯେ ଆଜି ସକାଳେ ମୁଁ ଆଇଏସଆଇଏସର ବରିଷ୍ଠ ଆକ୍ରମଣ ଯୋଜନାକାରୀ ତଥା ଆମେରିକା ଏବଂ ଆମର ସହଯୋଗୀ ଦେଶ ପ୍ରତି ବିପଦ ଥିବା ଅବଶିଷ୍ଟ ଆତଙ୍କବାଦୀଙ୍କ ବିରୋଧରେ ଏକ ସଠିକ୍ ଏୟାର ଷ୍ଟ୍ରାଇକ୍ କରିବାକୁ ନିର୍ଦ୍ଦେଶ ଦେଇଛି। ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ଏହି ଏୟାର ଷ୍ଟ୍ରାଇକରେ ଆତଙ୍କବାଦୀମାନେ ଲୁଚି ରହିଥିବା ଗୁମ୍ଫାଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଇଛି। ସେ ଆହୁରି ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଏହି ଆକ୍ରମଣରେ କୈାଣସି ସାଧାରଣ ନାଗରିକଙ୍କର କ୍ଷତି ହୋଇନାହିଁ। ଟ୍ରମ୍ପ ଆହୁରି ମଧ୍ୟ କହିଛନ୍ତି ଯେ ଗୁମ୍ଫାରେ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଆମେ ହତ୍ୟା କରିଥିଲୁ ଏବଂ ଏହି ସମୟ ମଧ୍ୟରେ କୈାଣସି ସାଧାରଣ ନାଗରିକଙ୍କର ଅନିଷ୍ଟ ହୋଇନଥିଲା।


ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଏହି ଆଇଏସଆଇଏସ ଆକ୍ରମଣ ଯୋଜନାକାରୀଙ୍କ ବିରୋଧରେ ବିଡେନ ପ୍ରଶାସନ ବର୍ଷ ବର୍ଷ ଧରି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଳମ୍ବ କରିଛି। ସେ କହିଛନ୍ତି ମୁଁ ଯାହା କରିଛି ତାହା ଏକ ବାର୍ତ୍ତା ପଠାଉଛି ଯେ ଆମେ ଆଇଏସଆଇଏସ ଏବଂ ଆମେରିକାର ନାଗରିକଙ୍କ ଉପରେ ଆକ୍ରମଣ କରୁଥିବା ସମସ୍ତଙ୍କୁ ଖୋଜି ବାହାର କରିବୁ।