ଭୁବନେଶ୍ୱର: ବେଦାନ୍ତ ଅଧ୍ୟକ୍ଷ ଅନୀଲ ଅଗ୍ରୱାଲ କହିଛନ୍ତି, “ରାୟଗଡ଼ା ଦୁନିଆର ସ୍ଵର୍ଗ । ସେଠାକାର ଲୋକ ବହୁତ ଭଲ । ସେଠାରେ ନିବେଶ କରିବା ସହ ନିଯୁକ୍ତି ସୃଷ୍ଟି କରିବା ଆବଶ୍ୟକତା ଥିବା ଅନୁଭବ କଲି । ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବଡ଼ ସୁଯୋଗ ରହିଛି । ବିଶ୍ୱବିଦ୍ୟାଳୟ ମଧ୍ୟ ସ୍ଥାପନ କରି ହେବ । ରାୟଗଡ଼ାରେ ପ୍ରାଥମିକ ଆଲୁମିନିୟମ ପ୍ରସ୍ତୁତ କରିବୁ । 30 ଲକ୍ଷ ଟନ ବନାଉଛୁ । ଆଗକୁ ଆଉ 30 ଲକ୍ଷ ଟନ ବନେଇବା ପାଇଁ ଲକ୍ଷ୍ୟ ରଖିଛୁ । ଛୋଟ ଧରଣର ଷ୍ଟାର୍ଟ ଅପ, ଏସଏମ୍ଇ ଯାହା 5 କୋଟିରୁ 800 କୋଟି ଟଙ୍କାର ଶିଳ୍ପ ପ୍ରତିଷ୍ଠା ହୋଇପାରିବ । ଆମର ଇଚ୍ଛା ଅଛି ଏହିଭଳି 1 ହଜାର ଶିଳ୍ପ ଆସୁ । ଆମେ ସେମାନଙ୍କୁ ଶସ୍ତା ଶକ୍ତି ଓ ଆଲୁମିନିୟମ ଦେବୁ । ସବୁ ଜିନିଷ ଆଲୁମିନିୟମ ଶିଳ୍ପ ଉପରେ ନିର୍ଭରଶୀଳ ହେଉଛନ୍ତି । ରେଳବାଇ ବାଗେନ, ଜାହାଜ, ଏରୋସ୍ପେସ, ଅଟୋମୋବାଇଲ ଆଲୁମିନିୟମ ଆଡ଼କୁ ଯାଉଛି । ଆଲୁମିନିୟମ ଏଠାରୁ ଖନନ ହୋଇ ବାହାରକୁ ଯାଉଛି । ସେଠାରୁ ସାମଗ୍ରୀ ହୋଇ ଏଠାକୁ ଆସୁଛି । ସାମଗ୍ରୀ ଏଠାରେ ବନିବା ଦରକାର । ଆଗକୁ ଏହାହିଁ ହେବ । ଓଡିଶାରେ ଡବଲ ଇଞ୍ଜିନ ସରକାର ହୋଇଛି । ତେଣୁ ଓଡିଶା ବିକଶିତ ହେବାକୁ ଯାଉଛି ।