ଆମ ସରକାର ପ୍ରଶାସନର ସବୁ ସ୍ତରରୁ ଦୁର୍ନୀତି ଦୂର କରିବା ପାଇଁ ପ୍ରତିଶ୍ରୁତିବଦ୍ଧ । ସ୍ବଚ୍ଛତା ଆଣିବା ପାଇଁ ଆମେ ଶାସନର ସବୁସ୍ତରର ଟେକ୍ନୋଲୋଜିର ବ୍ୟବହାର କରିବୁ । ନିର୍ମାଣ କାର୍ଯ୍ୟରେ ଦୁର୍ନୀତିକୁ ନିରୁତ୍ସାହିତ କରିବା ତଥା ଜନସଚେତନତା ପାଇଁ କାର୍ଯ୍ୟର ପ୍ରତ୍ୟେକ ବିବରଣୀ ଏକ ଡିଜିଗର ପ୍ଲାଟଫର୍ମରେ ପଞ୍ଜୀକରଣ କରାଯିବ । ଏହି ଡିଜିଟାଲ ବ୍ୟବସ୍ଥାକୁ ‘ୱାର୍କ ପାସ୍ ବୁକ (Work Pass Book) କୁହାଯିବ ଏବଂ ଏହା ସମସ୍ତ ବିଭାଗ ପାଇଁ କାର୍ଯ୍ୟକାରୀ ହେବ । ଆସନ୍ତା ବର୍ଷ ପ୍ରଥମ ପର୍ଯ୍ୟାୟରେ ସମସ୍ତ ଇଞ୍ଜିନିୟରିଂ ବିଭାଗରେ ଏହାକୁ ଲାଗୁ କରାଯିବ ଏବଂ ପରବର୍ତ୍ତୀ ସମୟରେ ସମସ୍ତ ବିଭାଗରେ ଏହି ପ୍ରକ୍ରିୟା ଲାଗୁ ହେବ