ନୂଆଦିଲ୍ଲୀ : ଦକ୍ଷିଣ ଭାରତୀୟ ରାଜ୍ୟ ତାମିଲନାଡୁରେ ବଦଳିଛି ପାଣିପାଗ । ରାଜଧାନୀ ଚେନ୍ନାଇ ସମେତ ତିରୁବରୁର ଏବଂ ଅନ୍ୟ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଦେଖିବାକୁ ମିଳିଛି । ଅତ୍ୟଧିକ ବର୍ଷା ହୋଇଥିବାରୁ ସବୁ ଜିଲ୍ଲାରେ ସ୍ଥିତି ବିଗିଡିବାରେ ଲାଗିଛି । ଲୋକେ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେଉଥିବା ଦେଖିବାକୁ ମିଳିଛି । ବୁଧବାର ରାତିରୁ ଲଗାତର ଭାବେ ବର୍ଷା କାରଣରୁ ସ୍କୁଲ-କଲେଜ ବନ୍ଦ ହେବାରେ ଲାଗିଛି । ତିରୁବରୁର ଜିଲ୍ଲାରେ ସ୍କୁଲ ବନ୍ଦ ହେବା ନେଇ ଘୋଷଣା କରାଯାଇଛି । ପାଣିପାଗ ବିଭାଗ ସାମାଜିକ ଗଣମାଧ୍ୟମରେ ପୋଷ୍ଟ କରି ଜଣାଇଥିଲେ ଯେ ଦକ୍ଷିଣ ତାମିଲନାଡୁ ସମେତ ରାଜ୍ୟର ଉତ୍ତର ଅଂଶ ଏବଂ ପୁଡୁଚେରୀ, କରାଇକଲରେ ଫେବ୍ରୁଆରୀ ୨ରେ ପ୍ରବଳ ବର୍ଷା ହେବ ।