(ଭୁବନେଶ୍ୱର) : ଆସନ୍ତା ମାସ ପ୍ରଥମ ସପ୍ତାହରେ ଆସିପାରେ ବାତ୍ୟା । ୩ରୁ ୫ ତାରିଖ ଭିତରେ ମାଡ଼ ହୋଇପାରେ ଉପକୂଳରେ। ବୋଲି ବିଭିନ୍ନ ପାଣିପାଗ ସୂଚନା ଦେଇଛନ୍ତି । ଯଦି ବି ବାତ୍ୟା ନ ହୁଏ, ତଥାପି ଉପକୂଳ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ସୂଚନା ମିଳିଛି ।
ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନନୁଯାୟୀ, ୨୯ ତାରିଖରେ ଦକ୍ଷିଣ ଆଣ୍ଡାମାନସାଗରରେ ଲଘୁଚାପ ସୃଷ୍ଟି ହେବ। ଏହା ପଶ୍ଚିମ-ଉତ୍ତର ପଶ୍ଚିମରେ ମୁହାଁଇବ ସହ ୪୮ ଘଣ୍ଟା ଭିତରେ ଅଧିକ ଘନୀଭୂତ ହୋଇପାରେ । ଆଇଏମ୍ଡିର ଜିଏଫଏସ୍ ସହ କେତେକ ମଡେଲ ଦର୍ଶାଉଛି, ୪ରୁ ୫ ତାରିଖ ଭିତରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ବାତ୍ୟା ରୂପ ନେଇପାରେ। ମାତ୍ର ଆଇଏମଡି ପକ୍ଷରୁ ବିଧିବଦ୍ଧ ଭାବେ ବାତ୍ୟା ନେଇ କୌଣସି ପୂର୍ବାନୁମାନ କରାଯାଇନାହିଁ।