ଦୁର୍ବଳ ହୋଇଯିବ ବାତ୍ୟା, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବାତ୍ୟା ।

0

(ଭୁବନେଶ୍ୱର) : ଉପକୂଳ ଛୁଇଁବା ପୂର୍ବରୁ ଦୁର୍ବଳ ହୋଇଯିବ ବାତ୍ୟା । ସମ୍ଭାବ୍ୟ ବାତ୍ୟା ସମ୍ପର୍କରେ ଏମିତି ପୂର୍ବାନୁମାନ ମିଳିଛି ।
କିନ୍ତୁ ୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କତା ଜାରି ହୋଇଛି । ଗଞ୍ଜାମ, ଖୋର୍ଦ୍ଧା, ପୁରୀ ଓ ଜଗତସିଂହପୁରରେ ଭାରୀ ବର୍ଷା ସମ୍ଭାବନା ରହିଛି ।

ଆଇଏମ୍‌ଡି କହୁଛି ୧୦ ତାରିଖ ସକାଳେ ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଏବଂ ଦକ୍ଷିଣ ଓଡ଼ିଶା ଉପକୂଳରେ ପହଞ୍ଚିବ । କିନ୍ତୁ ସେଠାରୁ କୁଆଡ଼େ ଯିବ, ଓଡ଼ିଶା, ଆନ୍ଧ୍ର କି ଆଉ କୁଆଡ଼େ ସେ ସଂପର୍କରେ କୌଣସି ପୂର୍ବାନୁମାନ ଦିଆଯାଇ ନାହିଁ ।

ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବାତ୍ୟା ସ୍ଥଳଭାଗରେ ପହଞ୍ଚିବା ଆଗରୁ ଦୁର୍ବଳ ହୋଇଯିବ । ସମୁଦ୍ର ପତ୍ତନରେ କମ୍‌ ତାପମାତ୍ରା ଓ ସ୍ଥଳଭାଗରେ ଜଳୀୟବାଷ୍ପର ଅଭାବ ଯୋଗୁଁ ବାତ୍ୟା ତୀଵ୍ରରୂପ ଗ୍ରହଣ କରିପାରିବ ନାହିଁ । ଦିଗ ବଦଳାଇ ଉତ୍ତର ଦିଗକୁ ମଧ୍ୟ ଗତି କରିପାରେ ।