ଶ୍ରୀରାମ ମହାବିଦ୍ୟାଳୟରେ ସପ୍ତାହବ୍ୟାପୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

0

ସୁବର୍ଣ୍ଣପୁର: ଡୁଙ୍ଗୁରିପାଲି ଶ୍ରୀରାମ ମହାବିଦ୍ୟାଳୟ ରାମପୁରରେ ଯୁକ୍ତ ତିନି ପ୍ରଥମ ବର୍ଷର ଛାତ୍ରୀଙ୍କୁ ଆତ୍ମ ସୁରକ୍ଷା ତାଲିମର ଆଜି ହେଉଛି ଅନ୍ତିମ ଦବସ । ଏହି କାର୍ଯ୍ୟକ୍ରମ ଅଧ୍ଯକ୍ଷ ତରଣୀସେନ ବେହେରାଙ୍କ ସଭାପତିତ୍ବରେ ଏହି  ସପ୍ତାହବ୍ୟାପୀ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ ହୋଇଯାଇଛି । ଆମ୍ ସୁରକ୍ଷା ପ୍ରଶିକ୍ଷଣ ଶିବିରର ଉପଦେଷ୍ଟା ପ୍ରାଣୀ ବିଜ୍ଞାନ ବିଭାଗର ବିଭାଗୀୟ ମୁଖ୍ୟ ଅଧ୍ୟାପିକା ବିଜୟଲକ୍ଷ୍ମୀ ମହାନନ୍ଦ ଏହି ସଭାର ଆଭିମୁଖ୍ୟ ପ୍ରଦାନ କରିଥିଲେ । ରସାୟନ ବିଜ୍ଞାନ ବିଭାଗର ଅଧ୍ଯାପକ ଡ. ଦଲୀପ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସାମ୍ପ୍ରତିକ ସମୟରେ ଛାତ୍ରୀଙ୍କ ପାଇଁ ଆମ୍ ସୁରକ୍ଷା କେତେ ଉପଯୋଗୀ ସେ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଉକ୍ତ ଶିବିରରେ ଆତ୍ମ ସୁରକ୍ଷା ପ୍ରଶିକ୍ଷକ ନିକିତା ମାହାନା ଓ ସାବିତ୍ରୀ ମେହେର ଯୋଗଦାନ ପୂର୍ବକ ଛାତ୍ରୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଅନ୍ତିମ ଦିବସରେ ଛାତ୍ରୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା । ସଭା ଶେଷରେ ଅଧ୍ୟାପିକା ଶାଶ୍ୱତୀ ଦେହୁରୀ ଧନ୍ୟବାଦ ଅର୍ପଣ କରିଥିଲେ । ଖେଳ ଶିକ୍ଷକ ସ୍ୱପ୍ନସାଗର ସରାଫ ଓ ସୁରେଶ ମେହେର ସଭା କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ ।