ନଖାଇକି ନୁହେଁ , ଖାଇକି କରନ୍ତୁ ଓଜନ ହ୍ରାସ

0

ଆଜିକାଲି ଓଜନ ବଢିବା ଏକ ବଡ ସମସ୍ୟା ।ସଭିଏଁ ଚାହାନ୍ତି ଫିଟ୍ ରହିବାକୁ। ସେଥିପାଇ ଭିନ୍ନ ଭିନ୍ନ ଉପାୟ ଓଜନ ହ୍ରାସ କରିବାର ନିଶା ସଭିଙ୍କୁ ଘାରିଛି।  କିନ୍ତୁ  ଖାଦ୍ୟକୁ ନିୟନ୍ତ୍ରଣରେ ରଖି ଫିଟ୍ ରହିବାକୁ କେହି ବି ଚାହାନ୍ତି ନାହିଁ। ସଭିଏଁ ଚାହାନ୍ତି ଆମେ ସବୁ ସ୍ବାଦିଷ୍ଟ ଜିନିଷ ଖାଇବା ପରେ ଯେପରି ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରୁ। ତେବେ ଏପରି କିଛି ଖାଦ୍ୟ ଅଛି ଯାହାକୁ ଆପଣ ଖାଇବା ପୂର୍ବରୁ ଗ୍ରହଣ କରିବା ଦ୍ବାରା ନିଜ ଓଜନକୁ ନିୟନ୍ତ୍ରଣରେ ରଖିପାରିବେ।

ଲୋକଙ୍କ କହିବା ମୁତାବକ ଖାଇବା ମାତ୍ରେ ତୁରନ୍ତ ସେମାନଙ୍କ ଓଜନ ବଢ଼ିଯାଏ। ଓଜନ କମାଇବା ଚକ୍କରରେ ଅନେକ ସମୟରେ ନିଜ ପ୍ରିୟ ଖାଦ୍ୟକୁ ତ୍ୟାଗ କରିବାକୁ ପଡ଼ିଥାଏ। ମାତ୍ର ଏପରି କେତେ ଦିନ  କରିହେବ, କେତେ ଦିନ ବା ଖାଇବା ଉପରେ ଆୟତ୍ତ ରଖିବେ ଆପଣ? ଏମିତି ବି ହୁଏ ଖାଦ୍ୟ କମାଇବା ଦ୍ୱାରା ଗ୍ୟାସ୍ ହେତୁ ମୋଟାପଣ ବଢ଼ିଥାଏ। ତେଣୁ, ଖାଇବା କମାଇ ଓଜନ କମାଇବା ଚିନ୍ତା କରିବା ନିହାତି ଭୁଲ୍ ନିଷ୍ପତ୍ତି। ଆପଣ ଯଦି ନିଜ ଓଜନ କମାଇବାକୁ ଚାହାନ୍ତି ତେବେ ପିୟନ୍ତୁ ଏହି ସୁପଲ

ପ୍ରଥମେ  ଟମାଟୋ ,  ଗାଜର, ଏକ ଫୁଲକୋବି,  ପିଆଜ ନିଅନ୍ତୁ। ତାହାକୁ ଖୁବ୍ ସାନ ସାନ କରି କାଟିଦିଅନ୍ତୁ। ଏହା ସହିତ ଧନିଆ ପତ୍ର ବି କାଟିକି ରଖନ୍ତୁ। ପାରୁଛନ୍ତି ଯଦି ଅଧା ଗିନା ବିନ୍ସ  ନିଅନ୍ତୁ। ସବୁକୁ ମିଶାଇ ପାଣି ଦେଇ ସିଝେଇ ଦିଅନ୍ତୁ। ସେଥିରେ ଆବଶ୍ୟକ ପରିମାଣର ଲଙ୍କାଗୁଣ୍ଡ ଓ ଲୁଣ ମିଶାଇ ଦିଅନ୍ତୁ। ନିଜର ରୁଚି ଅନୁସାରେ ପାଣି ମାରିପାରନ୍ତି କିମ୍ବା ଅଧିକ ବି ଦେଇପାରନ୍ତି। ଏହି ସୁପ୍କୁ ଖାଦ୍ୟ ଖାଇବାର ୧୦ ମିନିଟ୍ ପୂର୍ବରୁ ପିଅନ୍ତୁ। ପାରୁଛନ୍ତି ଯଦି ରାତିରେ ଆଉ କିଛି ନଖାଇ ଏହାକୁ ପିଇକି ଶୋଇପାରନ୍ତି। ପ୍ରତିଦିନ ଏହାକୁ ପିଇବା ଦ୍ବାରା ଆପଣଙ୍କ ଓଜନ ନିଶ୍ଚୟ ନିୟନ୍ତ୍ରଣରେ ରହିବ।