ଛତିଆରେ କଟକ ବାଲିଯାତ୍ରା ରଥକୁ ସ୍ବାଗତ ସମ୍ବର୍ଦ୍ଧନା

0

ବଡଚଣା (ବେଦପ୍ରକାଶ ନାୟକ) : ରାଜବଂଶ ମାନେ କିଭଳି ଆମର ପରମ୍ପରା ଅନୁଯାୟୀ ସାଧବ ପୁଅ ଓଡ଼ିଶା ମାଟିରୁ ଯାଇ ବିଦେଷରେ ବାଣିଜ୍ୟ କରୁଥିଲେ ଏହି ପରମ୍ପରା ସବୁକୁ ମନେ ରଖିବା ପାଇଁ ସରକାରଙ୍କ ପକ୍ଷରୁ ଭିନ୍ନ ଏକ ପ୍ରାୟାସ। ଏନେଇ କଟକ,ପୁରୀ, କେନ୍ଦ୍ରାପଡା ଜିଲ୍ଲାର କାର୍ଯ୍ୟକ୍ରଗୁଡ଼ିକ ହେବାକୁ ଥିବାବେଳେ ଯାଜପୁର ଜିଲ୍ଲାର ବଡ଼ଚଣା ବ୍ଲକ ଅନ୍ତର୍ଗତ ଛତିଆ ଠାରେ ଐତିହାସିକ କଟକ ବାଲିଯାତ୍ରା ରଥ ପହଞ୍ଚିଥିଲା। ଛତିଆ ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଛତିଆ ସମାଜ ସେବୀ ଓ ମିଶନ ଶକ୍ତି ମହିଳା ମାନେ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ।  ସରପଞ୍ଚ ରମେଶ ପୃଷ୍ଟୀ ଓ ପଞ୍ଚାୟତ ସମିତିର କର୍ମୀ ସନ୍ଧ୍ୟାରାଣୀ ମଲ୍ଲିକଙ୍କ ନେତୃତ୍ୱରେ ଏହି ବାଲିଯାତ୍ରା ରଥକୁ ଛତିଆ ମହାପୁରୁଷ ହଡ଼ିଦାସ ମହାବିଦ୍ୟାଳୟ ପାଖରୁ ଶୋଭାଯାତ୍ରା ଆରମ୍ଭ କରି ଛତିଆ ବଜାର ପରିକ୍ରମା କରି ବଟ ସମ୍ମୁଖ ଦେଇ ଶୋଭାଯାତ୍ରା ଶେଷ ହୋଇଥଲା।