(କୋଲକତା) : ଦେଶରେ ଲଗାତର ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ତେବେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡୁଛି । ଅତ୍ୟଧିକ ଗୁଳିଗୁଳି ସାଙ୍ଗକୁ କଲବଳ କରୁଛି ତାତି । ତେବେ ଅଂଶୁଘାତର ସମ୍ଭାବନା ସୃଷ୍ଟି ହେଉଛି । ତେବେ ଏହି କ୍ରମରେ ପଶ୍ଚିମବଙ୍ଗ ୨୪ ପ୍ରଗଣା ଜିଲ୍ଲା ପାନିହାଟୀରେ ଏକ ଧାର୍ମିକ ସଭାରେ ଅଭାବନୀୟ ଘଟଣା ଘଟିଛି। ସେଠାରେ ପ୍ରବଳ ଗରମ ହେବାରୁ ତିନି ଜଣ ବୟସ୍କ ଶ୍ରଦ୍ଧାଳୁ ପ୍ରାଣ ହରାଇଛନ୍ତି।
କେବଳ ସେତିକି ନୁହେଁ ୧୨୫ ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଖରାପ ହୋଇଛି। ଏନେଇ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କହିଛନ୍ତି ଯେ ଘଟଣା ସ୍ଥଳରେ ବରିଷ୍ଠ ଅଧିକାରୀମାନେ ପହଞ୍ଚିଛନ୍ତି। ସବୁପ୍ରକାର ସହୟତା ପ୍ରଦାନ କରାଯିବ ବୋଲି ସୂଚନା ମିଳିଛି ।
ସୂଚନାନୁଯାୟୀ , ପାନିହାଟୀ ଇସ୍କନ ମନ୍ଦିରରେ ଦଣ୍ଡ ନୃତ୍ୟ ଚାଲିଥିବା ବେଳେ ପ୍ରବଳ ଗରମ ଓ ଭିଡ଼ ହେବାରୁ ତିନି ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ମମତା ଟୁଇଟ କରି କହିଛନ୍ତି। ପୁଲିସ ଅଧିକାରୀ ଓ ଜିଲ୍ଲା ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଛନ୍ତି ।