କୋଲକାତା: ପଶ୍ଚିମବଙ୍ଗ ବିଜେପି ସଭାପତି ସୁକାନ୍ତ ମୁଜମଦାରଙ୍କୁ ହାୱଡା ହିଂସାକାଣ୍ଡ ଅଞ୍ଚଳକୁ ପରିଦର୍ଶନ କରିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି । ଶନିବାର ସକାଳେ ପଶ୍ଚିମବଙ୍ଗ ସରକାର ହିଂସାକୁ ଦୃଷ୍ଟିରେ ରଖି ହାୱଡାର ବିଭିନ୍ନ ସ୍ଥାନରେ ୧୪୪ ଧାରା ଜାରି କରିଥିଲେ । ତେବେ ଶ୍ରୀ ଚୌଧୁରୀ ସରକାରୀ ନିର୍ଦ୍ଦେଶନାମାକୁ ନମାନି ହିଂସାକାଣ୍ଡ ଅଞ୍ଚଳ ପରିଦର୍ଶନ କରୁଥିବାବେଳେ ଗିରଫ ହୋଇଥିଲେ । ଏଥି ପୂର୍ବରୁ ପୁଲିସ ଶ୍ରୀ ମୁଜମଦାରଙ୍କୁ ନିଜ ବାସଭବନରୁ ବାହାରୁଥିବା ସମୟରେ ରୋକିବାକୁ ଉଦ୍ୟମ କରିଥିଲା । ତାଙ୍କ ଗସ୍ତ ଜିଲ୍ଲାର ଆଇନ ଶୃଙ୍ଖଳା ବିଗିଡି ଯିବା ଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ଗିରଫ କରାଯାଇଥିଲା । ତେବେ ଶ୍ରୀ ମୁଜମଦାର ସରକାରୀ ନିୟମ ଉଲଂଘନ କରିବାରୁ ତାଙ୍କୁ ଗିରଫ କରାଯାଇଥିବା ନେଇ ପୁଲିସ ପକ୍ଷରୁ ସୂଚନା ଦିଆଯାଇଥିଲା । ହାୱାଡା ହିଂସା ଘଟଣାରେ ପୁଲିସ କମିଶନରଙ୍କୁ ମଧ୍ୟ ବଦଳି କରାଯାଇଛି ।