ପଶ୍ଚିମବଙ୍ଗ : ଆଜି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହେଲିକପ୍ଟର ଜରୁରୀକାଳିନ ଅବତରଣ କରିଛି । ଖରାପ ମୌସୁମୀ ପାଇଁ ହେଲିକପ୍ଟରକୁ ଏମରଜେନ୍ସି ଲାଣ୍ଡିଂ କରିବାକୁ ପଡିଛି । ମମତା ବାନାର୍ଜୀ ଜଳପାଇ ଗୁଡିରୁ ବାଗଡୋଗରା ଯାଉଥିଲେ । ଏହାରି ମଧ୍ୟରେ ସାଲୁଗାଡା ନିକଟ ଆର୍ମି ଏୟାରବେସରେ ହେଲିକପ୍ଟର ଜରୁରୀକାଳିନ ଅବତରଣ କରିଥିଲା । ସେହି ସମୟରେ ତାଙ୍କୁ ଝଟକା ଲାଗି ଆହତ ହୋଇଥିବା କୁହାଯାଉଛି ।
ସୂଚନା ଅନୁଯାୟୀ , ମମତା ଜଲପାଇଗୁଡ଼ିରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଚାର କରିଥିଲେ। ଏହାପରେ ହେଲିକପ୍ଟର ଯୋଗେ ବାଗଡୋଗ୍ରା ଏୟାରପୋର୍ଟ ଅଭିମୁଖେ ଉଡ଼ାଣ ଭରିଥିଲେ। ହେଲେ ହେଲିକପ୍ଟରଟି ବୈକୁଣ୍ଠପୁର ଜଙ୍ଗଲ ଉପରେ ରହିଥିବା ବେଳେ ଏହା ଖରାପ ପାଗର ସମ୍ମୁଖୀନ ହୋଇଥିଲା। ତେଣୁ ହେଲିକପ୍ଟରର ଜରୁରୀ ଅବତରଣ ପାଇଁ ପାଇଲଟ ନିଷ୍ପତ୍ତି ନେଇଥିଲେ। ଜଣେ ଅଧିକାରୀ କହିଛନ୍ତି, “ପ୍ରବଳରୁ ଅତି ପ୍ରବଳ ବର୍ଷା ହେଉଥିବାରୁ ପାଇଲଟ ଜରୁରିକାଳୀନ ଅବତରଣ ପାଇଁ ନିଷ୍ପତ୍ତି ନେଇଥିଲେ। ଏହାପରେ ହେଲିକପ୍ଟରକୁ ସିଲିଗୁଡ଼ିର ସେଭୋକେ ଏୟାର ବେସ୍ରୁ ଅବତରଣ କରାଯାଇଥିଲା।” ହେଲିକପ୍ଟର ଏୟାର ବେସ୍ରେ ଲ୍ୟାଣ୍ଡ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ସଡ଼କ ମାର୍ଗରେ ବାଗଡୋଗ୍ରା ଏୟାରପୋର୍ଟ ଯାଇଥିଲେ। ସେଠାରୁ ବିମାନ ଯୋଗେ କୋଲକାତା ଯାଇଛନ୍ତି ବୋଲି ଅଧିକାରୀ ଜଣଙ୍କ କହିଛନ୍ତି।