ପଶ୍ଚିମବଙ୍ଗ : ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେବେ ସୌରଭ ଗାଙ୍ଗୁଲି । ଭାରତର ପୂର୍ବତନ ଅଧିନାୟକ ତଥା ବର୍ତମାନର ବିସିସିଆଇ ସଭାପତି ଗାଙ୍ଗୁଲି ତାଙ୍କ ପଦରୁ ଏହି ସପ୍ତାହ ଶେଷରେ ଇସ୍ତଫା ଦେବାକୁ ଯାଉଛନ୍ତି । ତେବେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ବିସିସିଆଇ ସେକ୍ରେଟାରି ଭାବେ ଦାୟିତ୍ୱରେ ଥିବା ବେଳେ ଗାଙ୍ଗୁଲି ସଭାପତି ପଦରୁ ଇସ୍ତଫା ଦେଇ କ୍ରିକେଟ ଆସୋସିଏସନ୍ ଅଫ୍ ବେଙ୍ଗଲ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦିତା କରିବେ ବୋଲି ଜଣାପଡିଛି ।
ସୂଚନାମୁତାବକ, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବନାର୍ଜୀ ସୋମବାର ଗାଙ୍ଗୁଲିଙ୍କୁ ପରବର୍ତିୀ ଆଇସିସି ସଭାପତି ହେବାରେ ସାହାର୍ଯ୍ୟ କରିବା ପାଇଁ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ମମତାଙ୍କ କହିବା ମୁତାବକ, ସୌରଭ ଏବଂ ଅମିତ ଶାହାଙ୍କ ପୁଅକୁ ତିନି ବର୍ଷ ପାଇଁ ଦାୟିତ୍ୱ ମିଳିଥିଲା ।ଯଦି ଅମିତ ଶାହାଙ୍କ ପୁଅର କାର୍ଯ୍ୟକାଳ ସରି ନାହିଁ ତେବେ ଗାଙ୍ଗୁଲିଙ୍କ କାର୍ଯ୍ୟକାଳ ସରିଲା କେମିତି? ଏପରି ଭାବେ ସୌରଭଙ୍କୁ କାହିଁକି ହଟାଗଲା ? ଏହା ତାଙ୍କ ପ୍ରତି ଅନ୍ୟାୟ ବୋଲି କହିଛନ୍ତି ମମତା । ଏହା ସହ ମମତା ସୌରଭଙ୍କୁ ତାଙ୍କ କ୍ଷତିପୂରଣ ଦେବା ପାଇଁ ମୋଦିଙ୍କୁ ଅନୁରୋଧ କରିଛନ୍ତି । ମମତା ଆହୁରି ମଧ୍ୟ କହିଛନ୍ତି ଯେ ଆଇସିସିର ସଭାପତି ପଦ ସୌରଭଙ୍କୁ ଦିଆଯାଉ । ସୌରଭ ବିସିସିଆଇକୁ ଯିବା ହକଦାର । ସେ କୌଣସି ରାଜନେତା ନୁହେଁ କିମ୍ବା ଏହା କୌଣସି ରାଜନୈତିକ କାର୍ଯ୍ୟ ନୁହେଁ ।ସାରା ବିଶ୍ୱର ଲୋକ ତାଙ୍କୁ ଜଣେ ଭଲ କ୍ରିକେଟର ଭାବେ ଜାଣନ୍ତି । ତେବେ ଏସବୁକୁ ନଜରରେ ରଖି ନିଷ୍ପତି ନେବାକୁ ମୋଦିଙ୍କୁ ଅନୁରୋଧ କରିଛନ୍ତି ମମତା । ଏପଟେ ଗାଙ୍ଗୁଲି ଅକ୍ଟୋବର ୨୦ ରେ ପ୍ୟାନେଲ୍ ଚୂଡାନ୍ତ କରିବେ ବୋଲି କିହିଛନ୍ତି । ଏହା ସହ ଅକ୍ଟୋବର ୨୨ରେ କ୍ୟାବ ପୋଲ ପାଇଁ ନାମାଙ୍କନ ପତ୍ର ଦାଖଲ କରିବେ ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି ।