ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ଚେତାବନୀ ଦେଲେ ଦିଦି
ପଶ୍ଚିମବଙ୍ଗରେ ଟିଏମସି ମନ୍ତ୍ରୀଙ୍କୁ ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।
(କୋଲକତା) : ପଶ୍ଚିମବଙ୍ଗରେ ଟିଏମସି ମନ୍ତ୍ରୀଙ୍କୁ ସୋସିଆଲ ମିଡିଆଠାରୁ ଦୂରରେ ରହିବାକୁ ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଧାୟକ ମଦନ ମିତ୍ରଙ୍କ ଅନେକ ବିବାଦୀୟ ସୋସିଆଲ ମିଡିଆ ପୋଷ୍ଟ ଭାଇରାଲ ହେବା ପରେ ଦଳ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାନୁଯାୟୀ ,କମରହାଟିର ବିଧାୟକ ମଦନ ମିତ୍ର ଗଣମାଧ୍ୟମ ସହ ବାର୍ତ୍ତାଳାପରେ କହିଛନ୍ତି ଯେ ମୋର ସୋସିଆଲ ମିଡିଆ ଏକ ବ୍ୟକ୍ତିଗତ କଥା । ମୁଁ ନିଷ୍ପତ୍ତି ନେଇଛି ଯେ ମୁଁ କୌଣସି ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମ ଲାଇଭରେ ରହିବି ନାହିଁ । ଏହା ବ୍ୟତୀତ, ମୁଁ ଆସନ୍ତା ୩୦ ଜୁନ୍ ପର୍ଯ୍ୟନ୍ତ ଅନ୍ୟ ସୋସିଆଲ୍ ମିଡିଆ ଠାରୁ ଦୂରରେ ରହିବି । ଏହାର କାରଣ ହେଉଛି ମିଡିଆ ହାତରେ ସୋସିଆଲ ମିଡିଆ ଏବଂ ମୁଁ ସୋସିଆଲ ମିଡିଆର ଏକ ଅଂଶ ଥିଲି । ବର୍ତ୍ତମାନ ଗଣମାଧ୍ୟମର ନାମ ଆଣ୍ଟି-ସୋସିଆଲ୍ ମିଡିଆ ହେବା ଉଚିତ୍ ।