ଭୁବନେଶ୍ୱର : ସୁସ୍ଥ ଜୀବନ ପାଇଁ ନିଦ୍ରା ନିହାତି ଆବଶ୍ୟକ । ସୁସ୍ଥ ଓ ନିରୋଗ ରହିବା ପାଇଁ ଜଣେ ବ୍ୟକ୍ତି ୮ଘଣ୍ଟା ଶୋଇବା ଉଚିତ ବୋଲି ଡ଼ାକ୍ତର ମାନେ ମଧ୍ୟ ପରାମର୍ଶ ଦେଇଥାନ୍ତି । ଏହା ଦ୍ୱାରା ଆଗାମୀ ଦିନ ପାଇଁ ନୂଆ ଶକ୍ତି ମିଳିଥାଏ । ସେହିପରି ଆବଶ୍ୟକ ଅନୁଯାୟୀ ସୁଖ ନିଦ୍ରା ନ ହେଲେ ଶରୀରରେ ବିଭିନ୍ନ ରୋଗ ହୋଇଥାଏ । ଭିନ୍ନ ଭିନ୍ନ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ ଭିନ୍ନ ଭିନ୍ନ ପ୍ରଭାବ ପଡ଼ିଥାଏ । ତେଣୁ ଶୋଇବା ସମୟରେ ଦିଗ ପ୍ରତି ଧ୍ୟାନ ଦେବା ଉଚିତ । ଆସନ୍ତୁ ଜାଣିବା କେଉଁ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ଉପରେ କି ପ୍ରଭାବ ପଡ଼େ । ଚାରି ଦିଗରୁ ମୁଖ୍ୟତଃ ଦକ୍ଷିଣ ଓ ପୂର୍ବ ଦିଗକୁ ମୁଣ୍ଡ କରି ଶୋଇଲେ ସବୁଠାରୁ ଭଲ ଫଳ ମିଳିଥାଏ ।
ଉତ୍ତର ଓ ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ସ୍ୱାସ୍ଥ୍ୟ ପ୍ରତି ଖରାପ । ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଶରୀର ପ୍ରତି ବେଶ ଲାଭଦାୟକ । କାରଣ ପୃଥିବୀର ମାଧ୍ୟାକର୍ଷଣ ଶକ୍ତି ସର୍ବଦା ଦକ୍ଷିଣରୁ ଉତ୍ତର ଦିଗକୁ ପ୍ରଭାବିତ ହୋଇଥାଏ । ଯଦି କେହି ବ୍ୟକ୍ତି ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଥାନ୍ତି,ସେହି ସମୟରେ ଏହି ଶକ୍ତି ମୁଣ୍ଡରୁ ପ୍ରବେଶ ହୋଇ ଗୋଡ଼ ବାଟେ ବାହାରି ଯାଇଥାଏ । ଫଳରେ ସକାଳୁ ଉଠିବା ପରେ ବ୍ୟକ୍ତିଙ୍କୁ ତାଜାପଣ ଓ ଫୂର୍ତ୍ତି ଅନୁଭବ ହୋଇଥାଏ । ତେଣୁ ବିଭିନ ସମସ୍ୟାରୁ ମୁକ୍ତି ମିଳିଥାଏ । ସେହିପରି ଉତ୍ତର ଦିଗକୁ ମୁଣ୍ଡ କରି ଶୋଇବା ଖରାପ ବୋଲି କୁଯାଯାଇଥାଏ । ପୂର୍ବ ଦିଗକୁ ମୁଣ୍ଡ କରି ଶୋଇବା ମାନବ ଜାତି ପାଇଁ ଫଳପ୍ରଦ ହୋଇଥାଏ । କ଼ାରଣ ସୂର୍ଯ୍ୟ ପୂର୍ବ ଦିଗରୁ ଉଦୟ ହେଉଥିବାରୁ ମୁଣ୍ଡରେ ନୂଆ ଶକ୍ତି ସଞ୍ଚାର ହୋଇଥାଏ । ଏହା ଶରୀର ପାଇଁ ବେଶ ଲାଭଦାୟକ । ପଶ୍ଚିମ ଦିଗକୁ ମୁଣ୍ଡ କରି ଶୋଇଲେ ଏହାର ବିପରୀତ ଫଳ ମିଳିଥାଏ ।