ଭୁବନେଶ୍ୱର;ରାଜ୍ୟରେ ଭାଗଚାଷୀଙ୍କ ପ୍ରକୃତ ସଂଖ୍ୟା କେତେ ? ବିଧାନସଭାରେ ଉପମୁଖ୍ୟ ମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କ ଉତ୍ତର ନେଇ ବଢିଲା ଦ୍ଵନ୍ଦ । ଗୋଟିଏ ପ୍ରସଙ୍ଗରେ ଭିନ୍ନ ଭିନ୍ନ ଉତ୍ତର ରଖିଲେ ଉପମୁଖ୍ୟ ମନ୍ତ୍ରୀ ।
ପ୍ରଥମେ ବିଜେଡି ବିଧାୟକ ଗଣେଶ୍ୱର ବେହେରାଙ୍କ ଲିଖିତ ପ୍ରଶ୍ନରେ ଉତ୍ତର ଦେଇ କହିଛନ୍ତି ୨୦୧୫-୧୬ କୃଷି ଗଣନା ଅନୁଯାଇ ରାଜ୍ୟରେ ୨ ଲକ୍ଷ ୮୩ ହଜାର ୭୧ ଜଣ ଭାଗ ଚାଷୀଙ୍କ ସଂଖ୍ୟା ଆକଳନ କରାଯାଇଛି ।
ସେହିପରି ତାରାପ୍ରସାଦ ବାହିନୀ ପତିଙ୍କ ଆଉ ଏକ ପ୍ରଶ୍ନରେ ଉତ୍ତର ଦେଇ ଉପମୁଖ୍ୟ ମନ୍ତ୍ରୀ କହିଛନ୍ତି ୨୦୧୫-୧୬ କୃଷି ଗଣନା ଅନୁଯାଇ ୯ ଲକ୍ଷ ୫ ହଜାର ୧୮୪ ଭାଗ ଚାଷୀ ଅଛନ୍ତି ।