ବ୍ୟୁରୋ : ଓଡ଼ିଶାର ଚାଷୀଙ୍କ ସଂଖ୍ୟା କେତେ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ଉପ ମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ । ରାଜ୍ୟରେ ୪୮ ଲକ୍ଷ ୬୫ ହଜାର ୮୫୦ ଜଣ ଚାଷୀ, ୯ ଲକ୍ଷ ୫ ହଜାର ୧୮୪ ଭାଗଚାଷୀ, ୮ ଲକ୍ଷ ୮୭ ହଜାର ୨୭୨ ଜଣ କ୍ଷୁଦ୍ର ଚାଷୀ ଓ ୩୬ ଲକ୍ଷ ୩୬ ହଜାର ୬୫୮ ଜଣ ନାମମାତ୍ର ଚାଷୀ ଅଛନ୍ତି । ରାଜ୍ୟରେ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା(ଚଗ କଓଝଇଘ) ରେ ଅକ୍ଟୋବର ୨୦୨୪ ପର୍ୟ୍ୟନ୍ତ ୩୧,୫୧,୭୦୦ ଚାଷୀ ଉପକୃତ ହୋଇଛନ୍ତି । ସେହିଭଳି ଉଗ କଓଝଇଘ ମାଧ୍ୟମରେ ୪୫,୫୭,୭୩୩ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୩୯, ୩୦୩ ଭୂମିହୀନ କୃଷି ପରିବାର ଉପକୃତ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ୧୫,୧୭,୦୦୦ ଚାଷୀ ଖରିଫରେ ଓ ୧.୮୩ ଲକ୍ଷ ଚାଷୀ ରବିରେ ପଞ୍ଜୀକରଣ କରିଛନ୍ତି ।