ଲାଗୁ ହେବ ରୋମିଓ-ଜୁଲିଏଟ ଆଇନ ? ଯହାକୁ ନେଇ ଦେଶରେ ଚର୍ଚ୍ଚା

0

ନୂଆଦିଲ୍ଲୀ: ବିଦେଶ ପରି ଆମ ଦେଶରେ ଲାଗୁହେଇପାରେ ରୋମିଓ ଜୁଲିଏଟ ଆଇନ । ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ମତାମତ ଦେବାକୁ କହିଛନ୍ତି ରୋମିଓ ଜୁଲିଏଟ । ଏହି ଆଇନ ଲାଗୁ ହେଲେ ଦେଶରେ ୧୮ ବର୍ଷରୁ କମ ପିଲାଙ୍କ ମଧ୍ୟରେ ଶାରିରୀକ ସମ୍ପର୍କ ଆଇନଗତ ଭାବେ ବୈଧ ହୋଇପାରେ ।

ଅର୍ଥାତ ଏହି ଆଇନ ଅନୁସାରେ କିଶୋର ମାନଙ୍କ ମଧ୍ୟରେ ସହମତି ଭିତ୍ତିକ ଯୌନ ସମ୍ପର୍କକୁ ଅପରାଧ ଶ୍ରେଣୀରୁ ବାହାର କରାଯିବ ।୧୮ ବର୍ଷରୁ କମ୍ ବୟସର ଲକ୍ଷ ଲକ୍ଷ ଝିଅ ଓ ୧୮ ବର୍ଷରୁ ଅଧିକ ବୟସର ପୁଅ ସହମତିରେ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିବା ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ୍)ର କରାଯାଇଛି। କୋର୍ଟ କହିଛନ୍ତି, ଯଦି ଝିଅ ଗର୍ଭବତୀ ହୁଏ ଏବଂ ତା’ର ପିତାମାତା ଅଭିଯୋଗ କରନ୍ତି ଯେ ପୁଅଟି ତାଙ୍କ ଝିଅକୁ ପ୍ରଲୋଭିତ କରି ଶାରିରୀକ ସମ୍ପର୍କ ରଖିଛି। ଯାହା ଫଳରେ ଏଭଳି ମାମଲାରେ ପୁଅଟି ଆଇନଗତ ଭାବେ ବଳାତ୍କାର ଅଭିଯୋଗର ସମ୍ମୁଖୀନ ହୋଇଥାଏ। ଆଉ ଜେଲ ଯାଇଥାଏ। ତେବେ ଏପରି କ୍ଷେତ୍ରରେ ବିତର୍କ ଚାଲିଛି ଯେ ଯଦି ସମ୍ପର୍କ ସହମତିରେ ହୋଇଥିଲା ତେବେ ପୁଅକୁ ବଳାତ୍କାର ପାଇଁ ଦଣ୍ଡ ଦେବା ଭୁଲ ଅଟେ। ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କଠାରୁ ଜବାବ ମାଗିଛନ୍ତି । ଏଭଳି ପରିସ୍ଥିତିରେ ଦେଶରେ ରୋମିଓ-ଜୁଲିଏଟ୍ ଆଇନ କାର୍ୟ୍ୟକାରୀ ହୋଇପାରିବ କି ବୋଲି ପ୍ରଶ୍ନ ଉଠିଛି ।