ଶୟନ କକ୍ଷରେ ଏସବୁ ରଖୁଛନ୍ତି କି?

0

ବ୍ୟୁରୋ : ବାସ୍ତୁରେ ଅନେକ ଉପାୟ ବିଷୟରେ ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ଜୀବନରେ ବାସ୍ତୁର ଖୁବ ମହତ୍ୱ ରହିଛି । ଘରେ ରଖିଥିବା ପ୍ରତ୍ୟେକ ଜିନିଷକ ବାସ୍ତୁ ଅନୁଯାୟୀ ରଖିବା ଦ୍ୱାରା ଅନେକ କ୍ଷେତ୍ରରେ ଶୁଭଫଳ ପ୍ରାପ୍ତି ହୋଇଥାଏ । ନକରାତ୍ମକ ଶକ୍ତି ଦୂର ହେବା ସହ ଜୀବନରେ ହସଖୁସି ଭରିଯାଏ । ସଠିକ୍ ଭାବେ ଜିନିଷକୁ ନରଖିବା ଦ୍ୱାରା ବାସ୍ତୁ ସମସ୍ୟା ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ ବିଶେଷ କରି ଶୟନ କକ୍ଷରେ କେଉଁ ଜିନିଷ ରଖିବା ଉଚିତ ନୁହେଁ..

ଶୟନ କକ୍ଷରେ ସର୍ବଦା ଶାନ୍ତି ଓ ନୀଳ, ସୁବଜ ରଙ୍ଗର ହାଲକା ଚିତ୍ର ରଖନ୍ତୁ । ମାତ୍ର ଲାଲ କିମ୍ବା ଅନ୍ୟ ଗାଢ ରଙ୍ଗର ଚିତ୍ର ରଖନ୍ତୁ ନାହିଁ । ଗାଢ ରଙ୍ଗର ଚିତ୍ର ରଖିବା ଦ୍ୱାରା ଜୀବନରେ ନକରାତ୍ମକ ପ୍ରଭାବ ପଡିଥାଏ । ଶୟନ କକ୍ଷରେ ଭୁଲରେ ମଧ୍ୟ ଜୋତା ଚପଲ ରଖନ୍ତୁ ନାହିଁ । ଏହାଦ୍ୱାରା ଘରୁ ଶାନ୍ତି ଦୂର ହୋଇ ନକରାତ୍ମକ ଶକ୍ତିି ପ୍ରବେଶ କରିଥାଏ । ଅନେକ ସମୟରେ ଦେଖାଯାଏ ଲୋକେ ଥକ୍କାପଣ କାରଣରୁ ଜୋତା, ଚପଲ ଆଦି ପିନ୍ଧି ସିଧାସଳଖ ଶୟନ କକ୍ଷକୁ ପ୍ରବେଶ କରନ୍ତି । ମାତ୍ର ଏହି ଭୁଲ ଆଦୌ କରନ୍ତୁ ନାହିଁ । ଏହାଦ୍ୱାରା ଶାରୀରିକ ଓ ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ ।

ଶୟନ କକ୍ଷରେ କଦାପି ଝାଡୁ କିମ୍ବା ଡଷ୍ଟବିନ୍ ରଖନ୍ତୁ ନାହିଁ । ଏହାଦ୍ୱାରା ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ । ଏସବୁ ଶୟନ କକ୍ଷରେ ରଖିବା ଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ । ଖଟରେ ପକାଉଥିବା ଚାଦର ଅପରିଷ୍କାର ହେବା ମାତ୍ରେ ଏହାକୁ ତୁରନ୍ତ ବଦଳାଇ ଦିଅନ୍ତୁ । ଶୟନ କକ୍ଷରେ ଅପରିଷ୍କାର ଚାଦର ଆଦୌ ରଖନ୍ତୁ ନାହିଁ | ଶୟନ କକ୍ଷକୁ ସର୍ବଦା ପରିଷ୍କାର ରଖନ୍ତ । ଏହାଦ୍ୱାରା ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ । କଳା ରଙ୍ଗର ଚାଦର ବ୍ୟବହାର କରନ୍ତୁ ନାହିଁ । ଏହା ନିଦ ଉପରେ ମଧ୍ୟ ପ୍ରଭାବ ପକାଇଥାଏ ।