ବ୍ୟୁରୋ : ହଠାତ୍ ବିପି କମ୍ ହୋଇଯାଉଛି କି ? ବିପି କମ୍ ହୋଇଯିବା ପରେ ଦେହ ଥରିବା , ଝାଳ ହୋଇଯିବା ପରି ଲକ୍ଷଣ ଦେଖା ଦେଉଛି କି ? ବିପି ଲୋ ହେଲେ କଣ କରିବେ? କେମିତି ମିଳିବ ଉପଶମ, ସେ ପୁଣି ଘରୋଇ ଉପଚାରରେ ଆସନ୍ତୁ ଜାଣିବା :
ଯଦି ଆପଣ ଲୋ ବିପିରୁ ଆରାମ ପାଇବାକୁ ଚାହୁଁଛନ୍ତି ତେବେ ଲୁଣ ପାଣି ପିଅନ୍ତୁ । କାରଣ ସୋଡିୟମ୍ ଲୋ ବିପି ସନ୍ତୁଳନ କରିବାରେ ସାହାଯ୍ୟ କରେ। ଶରୀରରେ ହାଇଡ୍ରେସନ୍ ସ୍ତର ଦ୍ୱାରା ଏହି ସମସ୍ୟା ଦୂର ହୁଏ। ଏଥିସହ ଆପଣ ଏକ କପ୍ ଷ୍ଟ୍ରଙ୍ଗ୍ କଫି ପିଇପାରିବେ। ଏହା ଏକ ପ୍ରଭାବଶାଳୀ ଘରୋଇ ଉପଚାର। ଗରମ କ୍ଷୀର ପିଇବା ଦ୍ୱାରା ମଧ୍ୟ ଲୋ ବିପି ସମସ୍ୟାରୁ ମୁକ୍ତି ମିଳେ।
ବିପି ଲୋ ହେବାର କାରଣ : ଖରାପ ଜୀବନଶୈଳୀ ବିପି ଲୋ ହେବାର ପ୍ରମୁଖ କାରଣ | ସେହିପରି ପ୍ରକ୍ରିୟାକୃତ ଖାଦ୍ୟ ଏବଂ ପାନୀୟର ଅତ୍ୟଧିକ ଗ୍ରହଣ, ଜେନେଟିକ୍ ଉଚ୍ଚ ରକ୍ତଚାପ, ଅତ୍ୟଧିକ ଧୂମପାନ ଓ ମଦ୍ୟପାନ ମଧ୍ୟ ବିପି ଲୋ ହେବାର କାରଣ ହୋଇଥାଏ |